ପାନ ଦୋକାନରୁ ଗଞ୍ଜେଇ ସିଗାରେଟ୍ ଜବତ, ଜଣେ ଅଟକ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ):  ରାଜଧାନୀରେ ବଢୁଥିବା ଅପରାଧ ଏବଂ ଅପରାଧୀଙ୍କ ମୂଳପୋଛ କରିବା ପାଇଁ ଅଣ୍ଟା ଭିଡ଼ିଛି ପୋଲିସ। ନିଶା ମାଫିଆଙ୍କ ଉପରେ ସ୍ପେସାଲ କ୍ରାଇମ ୟୁନିଟ ଓ ଇନଫୋସିଟି ଥାନା ପୋଲିସର ମିଳିତ ଚଡାଉ ହୋଇଛି।ଜଣକୁ ଅଟକ ରଖିଛି ପୋଲିସ। ବିଭିନ୍ନ ଶିକ୍ଷାନୁଷ୍ଠାନ ପାଖରେ ଥିବା ଦୋକାନକୁ ଟାର୍ଗେଟ କରି ଏହି ରେଡ୍ କରିଛି ସ୍ପେସିଆଲ କ୍ରାଇମ ୟୁନିଟ। ସ୍ପେଶାଲ କ୍ରାଇମ ୟୁନିଟ ମୁଖ୍ୟ ଅନୁପ କାନୁନଗୋଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିଛି । କିଛିଦିନ ତଳେ ଜୟଦେବ ବିହାର ଛକରେ ମଧ୍ୟ ଚଢ଼ାଉ ହୋଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ