ମେଗା ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି ସଦର ସ୍ଥିତ ଏମ୍.ଭି-୩ ଚତୁର୍ଥ ଓ.ଏସ.ଏ.ପି ପ୍ରାଙ୍ଗଣ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଦୁର୍ଗପତି ସୁନୀଲ କୁମାର ବେହେରାଙ୍କ ସଭାପତିତ୍ୱରେ ଉଦଘାଟିତ ହୋଇଅଛି l ମୁଖ୍ୟଅତିଥି ରୂପେ ଏମ୍. ମହମ୍ମଦ ଅବିଦ ହୁସେନ, ଡି.ପି.ଏସଓ, ଡକ୍ଟର ସୁରମା ବେହେରା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଏବଂ ତପନ ନାରାୟଣ ରଥ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏବଂ ସୁରେନ୍ଦ୍ର କୁମାର ବେହେରା ଅବସର ପ୍ରାପ୍ତ ସହକାରୀ ଦୁର୍ଗପତି ମଞ୍ଚାସୀନ ରହି ସ୍ବେଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ଉପ ଦୁର୍ଗପତି ସରୋଜ କୁମାର ଜେନା, ଦକ୍ଷିନ୍ ମାରାଣ୍ଡି, ସୁରେନ୍ଦ୍ର ଚନ୍ଦ୍ର ପାତ୍ର, ବିମଳ ଚନ୍ଦ୍ର ରାଉତ,ହେମନ୍ତ କୁମାର ଦାସ,ପ୍ରେମ ପ୍ରକାଶ ଏନା, ଦେବୀ କଲ୍ୟାଣ ନାୟକ ପ୍ରତ୍ୟକ୍ଷ ସାହାଯ୍ୟ କରିବା ସହିତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ l ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ସ୍ବେଛାକୃତ ରକ୍ତଦାନ ପାଇଁ ଉତ୍ସାହିତ କରିବା ସହିତ ଭୂୟସୀ ପ୍ରଶଂସା କରିଥିଲେ l ଡକ୍ଟର ସାଗର ବାଳା ବ୍ଲଡ଼ ବ୍ୟାଙ୍କ ଅଧିକାରୀ, ଏସ. ସୁବର୍ଣ୍ଣା ମାମଳା,ସୁଜଳ ରାୟ, ସାଗର ମିଶ୍ର ରକ୍ତ ସଂଗ୍ରହ କରିବାରେ ପ୍ରମୁଖ ଭୂମିକା ଲିଭାଇଥିଲେ l ଏହି ଶିବିରରେ ଏକଶହରୁ ଉର୍ଦ୍ଧ୍ୱ ରକ୍ତ ନମୂନା ସଂଗ୍ରହ କରାଯାଇଛି l ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଓ, ଏସ, ଏ, ପି ଚତୁର୍ଥ ସଶକ୍ତ ବାହିନୀ ମାଲକାନଗିରି ଗ୍ରୀଷ୍ମ ପ୍ରବାହ ସମୟରେ ଏହିଭଳି କାର୍ଯ୍ୟକ୍ରମ କରି ଦେଖାଇଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା ସାଉଁଟିଛନ୍ତି l ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଜବାନ ଏବଂ ଅଧିକାରୀ ରକ୍ତଦାନ କରିବା ସହିତ ନିଜେ କିପରି ସୁସ୍ଥ ରହିବେ ତାହା ବିଷୟରେ ନିଜେ ସଚେତନ ହେବା ସହ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି l