ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ

ପୋଲସରା(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ +୩ କଳା ଓ ବିଜ୍ଞାନ ଶ୍ରେଣୀର ତୃତୀୟ ବର୍ଷର ଛାତ୍ରୀମାନଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ  ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କଲେଜର ପ୍ରିନ୍ସପାଲ ଡକ୍ଟର ଭଗବାନ ତ୍ରିପାଠୀ ଉଦଘାଟନ କରିଥିଲେ। ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ ସଂଯୋଜିକା ତଥା ଏନସିସି ଅଫିସର୍ ଲେଫନାଣ୍ଟ ବିନତା କୁମାରୀ ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଆତ୍ମ ସୁରକ୍ଷା ତାଲିମ ଶିବିରର ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରିନ୍ସପାଲ ଡକ୍ଟର ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ଯୋଗଦେଇଥିଲେ। ଏହି ଆତ୍ମ ସୁରକ୍ଷା ତାଲିମ ଶିବିରରେ  +୩ ତୃତୀୟ ବର୍ଷର ୧୫୦ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।  କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ସୋନାଲି କୁମାରୀ ସାହୁ ଏବଂ ଉଦ୍ଭିଦ ବିଜ୍ଞାନ ଡେମୋନଷ୍ଟ୍ରେଟର ସୁଜାତା ରାଣୀ ବେହେରା ଯୋଗଦେଇ  ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ଦୁଇ ଜଣ ମାଷ୍ଟର ଟ୍ରେନର ଭାବେ ରଚିତା କୁମାରୀ ସାହୁ ଓ ସ୍ମୃତି ବେହେରା ଯୋଗ ଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷାର କୌଶଳ ସମ୍ପର୍କରେ ପ୍ରଶିକ୍ଷିଣ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଯୋଗଦେଇ ସହଯୋଗ କରିଥିଲେ। ଶେଷରେ ସଂଯୋଜିକା ଏଲଟି ବିନତା କୁମାରୀ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ