ଅବସରପ୍ରାପ୍ତ ରେଳକର୍ମଚାରୀ ସଂଘ ପକ୍ଷରୁ ପାନୀୟଜଳ ସେବା
ବାଲେଶ୍ୱର (ସରୋଜ ପଣ୍ଡା): ସୋମବାର ପୂର୍ବାହ୍ନ ୯ ଘଟିକା ଠାରୁ ବାଲେଶ୍ୱର ଅବସରପ୍ରାପ୍ତ ରେଳ କର୍ମଚାରୀ ସଂଘ ପକ୍ଷରୁ ରେଳଷ୍ଟେସନ ସମ୍ମୁଖରେ ରେଳଯାତ୍ରୀ ତଥା ସର୍ବସାଧାରଣଙ୍କ ନିମନ୍ତେ ପାନୀୟଜଳ ସେବା କେନ୍ଦ୍ର ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଆରମ୍ଭ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମକୁ ଷ୍ଟେସନ ଅଧିକ୍ଷକ ଶ୍ରୀଯୁକ୍ତ ସୌରଭ ପ୍ରଧାନ ଉଦ୍ଘାଟନ କରିବା ସହ ବାଣିଜ୍ୟିକ ଅଧିକାରୀ ସିଆଜୁଦ୍ଦିନ୍ ସାହା ସହଯୋଗର ହାତ ବଢ଼ାଇଥିଲେ। ସମ୍ପାଦକ ରାମଚନ୍ଦ୍ର ଦାସ ନୂତନ କାର୍ଯ୍ୟକାରୀ କମିଟି ମୁଖ୍ୟ ଚତୁର୍ଭୂଜ ଜେନା, ଉପଦେଷ୍ଟା ଗିରିଧାରୀ ବିନ୍ଧାଣି, ବରିଷ୍ଠ ସଦସ୍ୟ ପ୍ରମୋଦ ଚନ୍ଦ୍ର ଚୌଧୁରୀ, ସତ୍ୟରଞ୍ଜନ ରାଉତ, ବିଜୟ କୁମାର ସେନାପତି, ଅନୀଲ୍ କୁମାର ଦାସ, ଦେବ ପ୍ରସାଦ ନାୟକ, ଗଗନ ଚନ୍ଦ୍ର ଦଳାଇ, ବଙ୍କିମ ଚନ୍ଦ୍ର ପତି, ଅଶୋକ କୁମାର ମାହାତ, ମଦନ ବେହେରା, ପ୍ରଫୁଲ୍ଲ କୁମାର ସେଠୀ, ହରେକୃଷ୍ଣ ବେହେରା, ପଦ୍ମନାଭ ସାମଲ, ଅଶୋକ କୁମାର ପଣ୍ଡା, ଅନିଲ କୁମାର ବେହେରା, ରମାକାନ୍ତ ଦିକ୍ଷିତ, ଭାଗବତ ପ୍ରସାଦ ଦାସ, ସୁକୁମାର ବେହେରା ତଥା ଅନ୍ୟ ସଦସ୍ୟ/ସଦସ୍ୟାମାନେ ଉପରୋକ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା ନିମନ୍ତେ ଉପସ୍ଥିତ ଥାଇ ସାହାଯ୍ୟର ହାତ ବଢ଼ାଇଥିଲେ।


