କାଳ ବୈଶାଖୀର ତାଣ୍ଡବ: ଘର ଉପରେ ଉପୁଡି ପଡିଲା ବିରାଟକାୟ ଗଛ

ବନ୍ତ (ଚାନ୍ଦିନୀ ମହାନ୍ତି) : ରବିବାର ସନ୍ଧ୍ୟାରେ ଭଦ୍ରକ ଜିଲା ବନ୍ତ ବ୍ଲକରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । କାଳ ବୈଶାଖୀର ପ୍ରଭାବରେ ନିଳୋକ ପଞ୍ଚାୟତ ପଳାସଗଢିଆ ଗ୍ରାମରେ ଏକ ବିରାଟକାୟ ଗଛ ଘର ଉପରେ ଉପୁଡି ପଡିଥିବା ଦେଖାଯାଇଛି । ସନ୍ଧ୍ୟା ସମୟରେ ହଠାତ୍ କାଳ ବୈଶାଖୀ ଆସିଥିଲା । ଏହା ପ୍ରଭାବରେ ପଳାସଗଢିଆ ଗ୍ରାମର ନାରାୟଣ ସାହୁଙ୍କ ଘର ଆଗରେ ପଶ୍ଚିମା ଠାକୁରାଣୀଙ୍କ ବେଢା ନିକଟରେ ଥିବା ଏକ ବିରାଟକାୟ ତେନ୍ତୁଲି ଗଛ ଉପୁଡି ପଡିଥିଲା । ଫଳରେ ପଶ୍ଚିମା ଠାକୁରାଣୀଙ୍କ ବେଢା ଭାଙ୍ଗି ଯିବା ସହ ନାରାୟଣ ସାହୁଙ୍କ ଘର ଭାଙ୍ଗି ଯାଇଥିବା ଦେଖାଯାଇଛି । ଏସମ୍ପର୍କରେ ଆଗରପଡା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ସୋମବାର ସକାଳେ ଅଗ୍ନିଶମ ବାହିନୀ ପକ୍ଷରୁ ଠାକୁରଙ୍କ ବେଢା ଓ ଘର ଉପରେ ଉପୁଡି ପଡିଥିବା ଗଛକୁ କଟା ଯାଇ ସଫା କରାଯାଇଛି । ଏହି କାର୍ଯ୍ୟରେ ଅଗ୍ନିଶମ ବାହିନୀର କର୍ମଚାରୀ ବିଶ୍ୱଜିତ୍ ସାହୁ, ପ୍ରକାଶ ପରିଡା, ରମେଶ ସାହୁ ପ୍ରମୁଖ ନିୟୋଜିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ