ଦର୍ଶକଙ୍କୁ ଆକୃଷ୍ଟ କରୁଛି ୱାଟରଫାଉଣ୍ଡେନ୍
ବନ୍ତ (ଚାନ୍ଦିନୀ ମହାନ୍ତି) : ବର୍ତ୍ତମାନର ଆଧୁନିକ ସଭ୍ୟତାକୁ ନେଇ ମାନବ ସମାଜ ଆଗକୁ ବଢୁଥୁବା ବେଳେ ବିଜ୍ଞାନ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ମେଳା, ମହୋତ୍ସବ, ବିବାହ, ବ୍ରତାଦି ଆଦି ମନୋରଞ୍ଜନ ଓ ଶୁଭ କାର୍ଯ୍ୟରେ ଲୋକଙ୍କୁ ଆକୃଷ୍ଟ କଲାଭଳି ବିଦ୍ୟୁତ୍ରେ ପ୍ରସ୍ତୁତ ସାମଗ୍ରୀ ଗୁଡିକର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ବନ୍ତ ବ୍ଲକ ଅଣିଜୋ ଗ୍ରାମର ଯୁବ ବ୍ୟବସାୟୀ ଅଶୋକ ରଣା ୱାଟରଫାଉଣ୍ଡେନ୍ ପ୍ରସ୍ତୁତ କରିଛନ୍ତି । ଏହି ଫାଉଣ୍ଡେନ୍ଟି ଗୋଲାକାର ସଦୃଶ ହୋଇଥିବା ବେଳେ ଚତୁଃପାଶ୍ୱର୍ରେ ବିଭିନ୍ନ ରଙ୍ଗବେରଙ୍ଗୀ ଲାଇଟ୍ ଲଗାଯାଇଛି । ଏହାର ମଧ୍ୟ ଭାଗରେ ମେସିନ୍ ଦ୍ୱାରା ପାଣି ସିଞ୍ଚନ ହେଉଥୁବା ବେଳେ ଏହି ମନୋରମ ଦୃଶ୍ୟକୁ ଦେଖିବା ଓ ସେଲ୍ଫି ନେବା ପାଇଁ ବିଭିନ୍ନ ସ୍ଥାନରେ ଭିଡ ପରିଲକ୍ଷିତ ହୋଇଥାଏ । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଶ୍ରୀ ରଣା ଏହି ୱାଟରଫାଉଣ୍ଡେନକୁ ସ୍ୱହସ୍ତରେ ତିଆରି କରିଥିବା ବେଳେ ଏବେ ବ୍ୟବସାୟ ବୃଦ୍ଧି ଲକ୍ଷ୍ୟରେ ଅଛନ୍ତି । ସ୍ୱଳ୍ପ ମୂଲ୍ୟରେ ସେ ଏହି ଫାଉଣ୍ଡେନ୍କୁ ଯୋଗାଇ ଦେବାର ଲକ୍ଷ୍ୟ ରଖିଥିବା ବେଳେ ତାଙ୍କୁ ୯୬୬୮୮୦୭୦୭୮ କିମ୍ବା ୮୦୧୮୦୨୩୩୦୧ ନମ୍ବରରେ ଯୋଗାଯୋଗ କରିବାକୁ ସେ ନିବେଦନ କରିଛନ୍ତି । ଗ୍ରାମର ବୃନ୍ଦାବନ ଦାଶ ଓ ଜୟନ୍ତି ଦାଶ ଅଶୋକ ରଣାଙ୍କ ଦ୍ୱାରା ନିର୍ମିତ ୱାଟରଫାଉଣ୍ଡେନ ପରି ଚିନ୍ତାଧାରାକୁ ଉଚ୍ଚ ପ୍ରଶଂସା କରିଛନ୍ତି ।