ହୃଦଘାତରେ ପରୀକ୍ଷାଗାର ପ୍ରଶିକ୍ଷକଙ୍କ ବିୟୋଗ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ହୃଦଘାତରେ ମଙ୍ଗଳବାର କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ମେଟାଲୋଜିବିଭାଗର ପରୀକ୍ଷାଗାର ପ୍ରଶକ୍ଷକ ସରୋଜ ରଞ୍ଜନ ମହାନ୍ତ(୩୭)ଙ୍କ ମୃତ୍ୟୁ ଘଟିଛି। ସେ ପରିବାର ସହିତ ମାଗୁରଗଡ଼ିଆରେ ଭଡା ଘରେ ରହୁଥିଲେ। ଆଜି ସକାଳେ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ କେନ୍ଦୁଝର ଜିଲାମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସରୋଜଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ ଥାନା ଏ ଏସ୍ ଆଇ ବିପିନ ବିହାରୀ ବାରିକ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଏନେଇ ୩୩/୨୫ ମାମଲା ରୁଜୁ କରିଛି।ଶବ ବ୍ୟବଛେଦ ପରେ ମୃତଦେହ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ବିଜେପି ଜିଲା ସଭାପତି ଶୁକଦେବ ମହାନ୍ତ ସମେତ ବନ୍ଧୁ ପ୍ରିୟଜନ ପହଞ୍ଚି ଶେଷ ଦର୍ଶନ କରିଥିଲେ। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ହାତୀକୁଚା ଗ୍ରାମର ଛିଟିଙ୍ଗା ନାଳକୂଳ ଶ୍ମଶାନରେ ସରୋଜ ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।ବଡପୁଅ ସୈାମ୍ୟରଞ୍ଜନ ମହାନ୍ତ ମୁଖାଗ୍ନୀ ଦେଇଥିଲେ।ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ଯଶଶ୍ରୀ ମହାନ୍ତ, ସାନଝିଅ ସାନଭି ମହାନ୍ତ,ବଡ଼ ଭାଇ ପ୍ରଶାନ୍ତ କୁମାର ମହାନ୍ତ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋଭୀର ଶୋକ ପ୍ରକାଶ ପାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ