ଗ୍ରୀଷ୍ମପ୍ରବାହ ସମୟରେ ବିଦ୍ୟୁତ କାଟ ନକରିବାକୁ ନିର୍ଦେଶ : କେଭି ସିଂଦେଓଙ୍କ
ଭୁବନେଶ୍ୱର(ସମୀର ରଞ୍ଜନ ନାୟକ): ରାଜ୍ୟରେ ବିଦ୍ୟୁତ କାଟ ହେବନି । ଗ୍ରୀଷ୍ମପ୍ରବାହ ସମୟରେ କାହାର ବି ବିଦ୍ୟୁତ୍ କାଟ କରାଯିବ ନାହିଁ । ଉପଭୋକ୍ତା ବକେୟା ବିଲ୍ ପ୍ରଦାନ କରିନଥିଲେ ମଧ୍ୟ ଲାଇନ କଟିବନି । ଆଜି ଏଭଳି ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପାୱାର କଟ୍ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।ସେ ଆହୁରି କହିଛନ୍ତି ଯେ, କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଲ୍ ପୈଠ କରିବାକୁ ପଡିବ। କାଳବୈଶାଖୀରେ ବିଦ୍ୟୁତ ସେବା ବ୍ୟାହତ ହେଉଥିଲେ ବି ସମାଧାନ ହେଉଛି।