ଅଖଣ୍ଡ ୧୬ ପ୍ରହରୀ ନାମଯଜ୍ଞ

ପଦ୍ମପୁର,(ଭେଙ୍କଟ ରମଣ ପ୍ରଧାନ) : ପଦ୍ମପୁର ନିକଟସ୍ଥ ଚେରଙ୍ଗାଝାଙ୍ଗ ଗ୍ରାମରେ ଆଜି ଅଖଣ୍ଡ ବିଶ୍ୱଶାନ୍ତି ୧୬ ପ୍ରହରୀ ନାମଯଜ୍ଞ ଦେବନିମନ୍ତ୍ରଣ ଓ କଳସ ଯାତ୍ରା ପରେ ଆରମ୍ଭ ହୋଇଯାଇଛି। ଏହି ଧାର୍ମିକ କାର୍ଯ୍ୟକ୍ରମରେ ମା’ ଭଗବତୀ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଦୁବଲାବାହାଲ, ଜୟ ଜଗନ୍ନାଥ ସଙ୍କୀର୍ତ୍ତନ ମଣ୍ଡଳୀ ପଞ୍ଚଧାରା, ବଡଭଣ୍ଡାର ସଙ୍କୀର୍ତ୍ତନ ମଣ୍ଡଳୀ ବଡଭଣ୍ଡାର, ଛତିଶଗଡ଼, ବାଙ୍କେ ବିହାରୀ ସଙ୍କୀର୍ତ୍ତନ ମଣ୍ଡଳୀ ମଣିଗୁଡା, ମା’ ପୂର୍ଣ୍ଣବାସୀ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ରାଜେନ୍ଦ୍ରପୁର, ଜୟ ଜଗନ୍ନାଥ ସଙ୍କୀର୍ତ୍ତନ ମଣ୍ଡଳୀ ଗଣିଆରୀ, ଶିବ-ପାର୍ବତୀ ସଙ୍କୀର୍ତ୍ତନ ମଣ୍ଡଳୀ ଏବଂ ଜୟ ବଜରଙ୍ଗବଳୀ ସଙ୍କୀର୍ତ୍ତନ ମଣ୍ଡଳୀ ଚେରଙ୍ଗାଝାଙ୍ଗ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି। ଏହି ନାମଯଜ୍ଞ କାର୍ଯ୍ୟକ୍ରମ ୧୨/୫/୨୬ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମସ୍ଥଳୀରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ବେଶ ଉତ୍ସାହ ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ