ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ ପର୍ଯ୍ୟଟକ ମାନଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଜାମ୍ମୁ କାଶ୍ମୀର ର ପହଲଗାମ ଠାରେ ସଂଗଠିତ ସନ୍ତ୍ରାସବାଦୀ ଙ୍କ ନରସଂହାର ଘଟଣା ସାରା ଦେଶ କୁ ସ୍ତବ୍ଧ କରିଦେଇଛି। ସନ୍ତ୍ରାସବାଦୀ ଆକ୍ରମଣ ରେ ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକ ମାନଙ୍କ ଆତ୍ମା ର ସଦଗତି ପାଇଁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ଠାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ତୁଳସୀପୁର ପଞ୍ଚାୟତ ସୌଜନ୍ୟ ରୁ ଗବେଷକ ଲକ୍ଷ୍ମୀଧର ଅହଲ୍ୟା ଟ୍ରଷ୍ଟ ପକ୍ଷରୁ ତୁଳସୀପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ଆରମ୍ଭ ହୋଇ ବଜାର ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସରପଞ୍ଚ ଭଗବାନ ମିଶ୍ର, ଶିକ୍ଷାବିତ ଦ୍ୱିଜବର ମୁଦୁଲି,ଗୋପୀନାଥ କର, ଅରକ୍ଷିତ ଭୋଇ, ଲକ୍ଷ୍ମୀଧର ସାହୁ,ବନବିହାରୀ ଦାଶ, ସନ୍ତୋଷ ଦାଶ, ଚିତ୍ତ ରଞ୍ଜନ ପୃଷ୍ଟି, କୈଳାସ ତ୍ରିପାଠୀ, ଗୌରାଙ୍ଗ ସାହୁ, ରମାକାନ୍ତ ମଲ୍ଲିକ, ହରିହର ସାହୁ, ବିଶ୍ୱଜିତ ତ୍ରିପାଠୀ, କେଦାର ବାରିକ ପ୍ରମୁଖ ଯୋଗଦେଇ ଭାରତ ମାତା କି ଜୟ, ବନ୍ଦେ ମାତରଂ ଧ୍ଵନୀ ଦେଇ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ