ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ଯାତ୍ରା ପାର୍ଟିର ବାଉଁଶ ଵୋଝେଇ ଗାଡି ଅଟକ

ହାଟଡିହି – ୬/୫ ରାଜଧାନୀ ଯାତ୍ରା ପାର୍ଟିର ବାଉଁଶ ଵୋଝେଇ ଗାଡିକୁ ଅଟକ ରଖିଛନ୍ତି ଶାଳଣିଆଁର କିଛି ଯୁବକ। ସେମାନଙ୍କ ଅଭିଯୋଗ ଅନୁଯାଇ ରାଜଧାନୀ ଅପେରା ଭାଟିଆଶୁଣି ମକର ମେଳାରେ ୪ରାତି ଯାତ୍ରା କରିବାକୁ ତାର ମାଲିକ ଅଗ୍ରୀମ ଦୁଇ ଲକ୍ଷ ଟଙ୍କା ନେଇ ଚୁକ୍ତିନାମା କରିଥିଲେ। ସେହି ଅନୁସାରେ କମିଟି ଲୋକମାନେ ଭିନ୍ନ କଳାକାରଙ୍କୁ ଅଗ୍ରୀମ ଦେବା ସହ ସରକାରୀ ଅନୁମତି ମଧ୍ଯ ଆଣିଥିଲେ। କିନ୍ତୁ ଯାତ୍ରା ତାରିଖରେ ଆଉ ପାର୍ଟି ଆସିନଥିଲା। ଅଗ୍ରୀମ ନେଇଥିବା କଳାକାର ବି ଟଙ୍କା ଫେରସ୍ତ କଲେନି। ଅଗ୍ରୀମ ଟଙ୍କା ଫେରସ୍ତ ପାଇଁ କମିଟି ଲୋକମାନେ ବାରମ୍ଵାର ଯାତ୍ରାପାର୍ଟି ମାଲିକ ପାଖକୁ ଧାଇଁ ଧାଇଁ ନିରାଶରେ ଫେରିଥିଲେ। ଏପରିକି ଯାତ୍ରାପାର୍ଟି ମାଲିକ ଗୁଣ୍ଡା ଲଗାଇ ମାଡ଼ ମାରିବାକୁ ମଧ୍ଯ ଧମକ ଦେଇଥିଲା। ଗତକାଲି ଯାତ୍ରା ପାର୍ଟିର ଏକ ବାଉଁଶ ଵୋଝେଇ ଗାଡି ଏହି ରାସ୍ତା ଦେଇ ଯାଉଥିଲା ବେଳେ କମିଟ ଲୋକମାନେ ଶାଳଣିଆଁ ନିକଟରେ ଗାଡ଼ିକୁ ଅଟକାଇଛନ୍ତି। ଟଙ୍କା ଫେରସ୍ତ ଦେଇ ଗାଡିନେବାକୁ ସେମାନେ ମାଲିକଙ୍କୁ ଜଣାଇଛନ୍ତି। ଯାତ୍ରା ପାର୍ଟିର ମ୍ୟାନେଜର ଏନେଇ ବନ୍ତ ଥାନାରେ ଅଭିଯୋଗ କରିବା ପରେ ବନ୍ତ ପୁଲିସ ଶାଳଣିଆଁ ଯାଇ ଟ୍ରକ ଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ବି ଯୁବକ ମାନେ ଟଙ୍କା ନଦେଲେ ଗାଡ଼ି ଛାଡ଼ିବୁ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇ ଥିଲେ। ପରେ ନନ୍ଦିପଦା ଥାନା ରେ ଉଭୟ ପକ୍ଷ ପହଞ୍ଚି ସମାଧାନ ପାଇଁ ଉଦ୍ୟମ ଚାଲିଥିବା ଜଣା ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ