କେନ୍ଦ୍ରାପଡା ଗାନ୍ଧିଙ୍କ ବିୟୋଗ ଓ ବ୍ରହ୍ମାନନ୍ଦଙ୍କ ପୂଣ୍ୟତିଥିରେ ସ୍ମୃତିଚାରଣ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ପଲ୍ଲିଶ୍ରୀ ମେଳା ମଂଚରେ ଗୁରୁବାର ଅପରାହ୍ନରେ ସ୍ମୃତିଚାରଣ ସଭା ଓ କବିତା ପାଠୋତ୍ସବ କାର୍ଯ୍ୟକାରି ସଭାପତି କବି କରୁଣାକର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କେନ୍ଦାପଡାର ଗାନ୍ଧି ଦିବଙ୍ଗତ ସୁରେଶ ଚନ୍ଦ୍ର ସେନାପତିଙ୍କ ଦେହାନ୍ତରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇ ସ୍ମୃତିଚାରଣ କରାଯାଇଥିଲା । ଜାତିର ପିତା ମହାତ୍ମା ଗାନ୍ଧିଙ୍କ କେନ୍ଦ୍ରାପଡାକୁ ଆଗମନ ଦିବସରେ ସେ ଜନ୍ମ ହୋଇଥିବାରୁ ତାଙ୍କ ନାମ ଗାନ୍ଧି ଦିଆଯାଇଥିଲା । ଏଥିସହିତ ସଂସଦର ପ୍ରତିଷ୍ଠାତା ସଭାପତି ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ପୂଣ୍ୟତିଥିରେ ତାଙ୍କର ସାହିତ୍ୟ ରଚନା ଓ ସମାଜ ପ୍ରତି ଥିବା ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେ କିପରି ଶିକ୍ଷାର ବିକାଶ ନିମନ୍ତେ ଆନ୍ଦୋଳନ କରି ଦୀର୍ଘ ୭ଦିନ ଧରି କାରାବରଣ କରିଥିଲେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ କାର୍ଯ୍ୟକ୍ରମ ବୀବରଣୀ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଫେସର ନନ୍ଦ କିଶୋର ପରିଡା,ମୁଖ୍ୟବକ୍ତା ଭାବେ ସତିର୍ଥର ସମ୍ପାଦକ ମନ୍ମଥନାଥ ବରାଳ,ସଂସଦର ଉପସଭାପତି ଆଇନିଜୀବି ପ୍ରଦୀପ କୁମାର ଦାଶ,ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳ,କବି ରମେଶ ପ୍ରତାପ,ନୃସିଂହ ଚରଣ ତ୍ରିପାଠୀ,ସୁରେନ୍ଦ୍ର ବେହେରା,ସବିତା ବରଜ,କାର୍ତ୍ତିକ ଚରଣ ନାୟକ,ନିକୁଞ୍ଜ ବିହାରୀ ପୃଷ୍ଟି,ତୃପ୍ତୀମୟୀ ଜେନା,ଭାରତୀ ଲେଙ୍କା,ଜ୍ୟୋତିର୍ମୟୀ ଜେନା,ତ୍ରିଲୋଚନ ଜେନା,ଅନାଦି ଚରଣ ଦାସ,ମଧୂସୁଦନ ଗେରୁ,ଫକୀର ଚରଣ ଓଝା,ସୁନିସ୍ମିତା ମଲ୍ଲିକ,ଜିନୁସ୍ମିତା ସେଠୀ,ମନୋରମା ନାଥଶର୍ମା,ଅଭୟା ମହାନ୍ତି,ଶରତ କୁମାର ରାଉତ,ସତୀର୍ଥ ସଭାପତି ଅମର ପ୍ରସାଦ ରାଉତ,ଅପର୍ତ୍ତୀ ସେଠୀ,ବସନ୍ତ କୁମାର ପରିଡା,ମନୋରଞ୍ଜନ ତ୍ରିପାଠୀ,ଭବ୍ୟାମୟୀ ଦାସ ଅଶୋକ ସାହୁ,ଅନୂସୂୟା ମିଶ୍ର ପ୍ରମୁଖ ଅଣୁକବି ସୂର୍ଗତ ଦାସଙ୍କ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ସଂସଦର ଉପସଭାପତି ରାମକୃଷ୍ଣ ଦାଶ ବାସନ୍ତୀ ଦାସ ଓ ପ୍ରଣତୀ ପଣ୍ଡାଙ୍କ ମିଳିତ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ୫୦ରୁ ଉର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରିଥିଲେ । କଣ୍ଠଶିଳ୍ପି ଗୋଲକ କୁମାର ସେଠୀ ଆବାହନୀ ସଂଗୀତ ଗାନ କରିଥିବା ବେଳେ ମନୋଜ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ