ଗୋରୁ ଧାନ ଖାଇବାକୁ ନେଇ ବୃଦ୍ଧଙ୍କୁ ମାଡ ଅଭିଯୋଗ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ଗୋରୁ ଧାନ ଖାଇବାକୁ ନେଇ ଜଣେ ବୃଦ୍ଧଙ୍କୁ ପ୍ରବଳ ମାଡ ମରାଯାଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ହାବଳେଶ୍ୱର ଗ୍ରାମର ଜୟରାମ ମହାଳିକ ନାମକ ଜଣେ ୮୦ବର୍ଷର ବୃଦ୍ଧ ଗୋରୁ ଚରାଇବାକୁ ନେଇଥିବାବେଳେ ଦୁଇଟି ମାଙ୍କଡ ଗୋରୁ ମଧ୍ୟରେ ପସିଯିବାରୁ ଗୋରୁମାନେ ଏପଟ ସେପଟ ହୋଇ ବିଲ ଭିତରକୁ ପସିଯାଇଥିଲେ । ଅମୃତପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ବିଲ ଭିତରକୁ ଗୋଟିଏ ଗୋରୁ ପସିଯିବାରୁ ସେ ବୃଦ୍ଧ ଜଣକୁ କାହିଁକି ଗୋରୁ ପସାଇଲୁ କହି ନିର୍ଦ୍ଧୁମ ପ୍ରହାର କରିଥିବା ଜୟରାମ ଅଭିଯୋଗ କରିଛନ୍ତି । ତାଙ୍କ ପିଠିରେ ମାଡମରାର ଚିହ୍ନ ଦେଖାଇବାବେଳେ ବୃଦ୍ଧ ଜଣକ କୋହ ସମ୍ଭାଳି ନପାରି କାନ୍ଦୁଥିଲେ । ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ଅଭିଯୁକ୍ତଙ୍କୁ ଡାକି ପଚରା ଉଚୁରା କରୁଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ