୭ବର୍ଷ ହେଲା ସରୁନି ବିଜୁ ସେତୁ କାମ ଅଧାରୁ କାମ ଛାଡ଼ି ଠିକାସଂସ୍ଥା ଛୁ

ରାୟଗଡା,(ଦୁର୍ଗା ପ୍ରସାଦ ପାଢ଼ୀ): ଗ୍ରାମାଞ୍ଚଳର ବିକାଶ ତଥା ଲୋକଙ୍କ ଯାତାୟତ ପାଇଁ ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି ଆଉ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟସରକାର । ହେଲେ ନିଦ୍ଧାରିତ ସମୟରେ ନିର୍ମାଣ କାମ ସରୁ ନଥିବା ଯୋଗୁଁ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ।
ଏଭଳି ଅଭିଯୋଗ ଆସିଛି ରାୟଗଡ ଜିଲ୍ଲା ଗୁଣପୁର ଅଞ୍ଚଳରେ । ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ର ଘଣାନ୍ତ୍ରୀ ପଞ୍ଚାୟତର ସାମ୍ପିନି ଓ ମେରିଙ୍ଗି ମଧ୍ଯରେ ବହି ଯାଇଛି ମହେନ୍ଦ୍ର ତନୟା ନଦୀ ଲୋକଙ୍କ ଦାବି ପ୍ରକାରେ ଏହି ନଦୀ ଉପରେ ବିଜୁ ସେତୁ ଯୋଜନାରେରେ ଏହି ନଦୀ ଉପରେ ଗତ ୨ ଗତ ୨୦୧୮ ମସିହା ଡିସେମ୍ବର ୧୧ ତାରିଖରେ ରେ ସେତୁ କାର୍ଯ୍ୟ ଆରମ୍ଭ ହୋଇଛି। ୧୧ କୋଟି ४० ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ଗତ ୨୦୨୦ ମସିହା ଡିସେମ୍ବର ୧୦ ତାରିଖରେ ଶେଷ ହେବା କଥା କିନ୍ତୁ ସେତୁ ନିର୍ମାଣର ଅବଧି ସରିବାର ସାଢେ ୪ ବର୍ଷ ପରେ ବି ସେତୁ କାମ ସରିବାର ନା ନେଉନି ।ଏବେ ଅଧାରୁ ବ୍ରିଜ କାମ ଛାଡି ନିର୍ମାଣକାରୀ ଠିକା ସଂସ୍ଥା ଛୁ ମାରିଛି ଅଧପନ୍ତରିଆ ଭାବେ ପଡି ରହିଛି ବ୍ରିଜ୍‌ ରାସ୍ତାରେ ପଡି ରହିଛି ସେତୁ କାମରେ ବ୍ୟବହୃତ ମେସିନାରୀ ଓ ଜିନିଷ । ଏପଟେ ଅର୍ଧ ନିର୍ମିତ ସେତୁ ପୋଲ ନଦୀ ମଝିରେ ଠିଆ ହୋଇ ରହିଛି ଏ ଯାଏଁ ୫୦ ପ୍ରତିଶତ କାମ ଶେଷ ହୋଇ ନାହିଁ। ଏହି ସେତୁର କାମ କେବେ ସରିବ ତାହାର ଉତ୍ତର କାହା ପାଖରେ ନାହିଁ ବର୍ଷା ଋତୁରେ ନଦୀରେ ପାଣି ଆସିଲେ ସ୍ଥାନୀୟ ଲୋକ ବିଭିନ୍ନ ସମୟରେ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥ‌ିବା ହେ କହିଛନ୍ତି I ଏହି ବ୍ରିଜ୍‌ ସମ୍ପୂର୍ଣ ନହେବାରୁ ବ୍ରିଜର ଅପର ପାର୍ଶ୍ଵରେ ଥିବା ସାମ୍ପିନି ଗ୍ରାମର ଗ୍ରାମବାସୀ ରେସନ କାର୍ଡ ଚାଉଳ ନେବା ନେବା ପାଇଁ ୨୦ କିଲୋମିଟର ବୁଳି ଘଣାନ୍ତ୍ରୀ ପଞ୍ଚାୟତକୁ ଯିବାକୁ କାମ ପଡ଼ୁଥିବା କହିଛନ୍ତି। ତୁରନ୍ତ ବ୍ରିଜ୍‌ କାମସାରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ସେତୁ କାମ ଶୀଘ୍ର ନ ସରିଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ସେପଟେ ଠିକା ସଂସ୍ଥା ଅବଧୂ ସମୟ ମଧ୍ୟରେ କାମ ସାରି ପାରିଲା ନାହିଁ । ଦୀର୍ଘ ବର୍ଷ ଧରି କାମ ହେଇ ପାରୁ ନ ଥିବାରୁ ନିର୍ମାଣକାରୀ ସଂସ୍ଥା ବିରୋଧରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ଅବଶିଷ୍ଟ କାମକୁ ସମ୍ପୂର୍ଣ କରିବା ପାଇଁ ପୁଣି ଥରେ ଆର୍ଥିକ ବ୍ୟୟ ବରାଦ କରାଯାଇ ପୁନଃ ଟେଣ୍ଡର କରିବା ପାଇଁ ବିଭାଗୀୟ ଅଧୂକାରୀଙ୍କୁ ଚିଠି କରାଯାଇଛି। ଅନୁମୋଦନ ମିଳିଲେ ଖୁବଶୀଘ୍ର କାମ ଆରମ୍ଭହେବ ବୋଲି କହି ଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ପଣ୍ଡା । ସେହିଭଳି ଆଗକୁ ବର୍ଷା ଦିନ ଆସୁଥିବାରୁ ସାମ୍ପିନି ଗ୍ରାମବାସୀଙ୍କ ମନରେ ଭାଳେଣି ପଡ଼ିଲାଣି। ବର୍ଷା ଦିନ ପୂର୍ବରୁ ଯଦି ପୋଲ କାମ ସମ୍ପୃର୍ଣ ନ ହୁଏ ପୁଣି ପୂର୍ବ ପରି କଷ୍ଟ ଭୋଗିବେ ଅଞ୍ଚଳ ବାସୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ