ବିଶେଷଜ୍ଞ ଶୂନ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ
କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଥିବା ରୋଗୀକଲ୍ୟାଣ ବୈଠକରେ ଡାକ୍ତର ସୁମ୍ରନ ରାଉତ ସ୍ୱୀକାର କରିଥିବା ନଜରକୁ ଆସିଛି । ରୋଗୀ କଲ୍ୟାଣ ପାଣ୍ଠି ରୁ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ କାର୍ଯ୍ୟ କରିବା ନିମନ୍ତେ ଆସୁଥିବା ଅର୍ଥରେ କଣ ଖର୍ଚ୍ଚ ହେଉଛି ଜଣାପଡୁନାହିଁ ।ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ,ପରୀକ୍ଷାଗାର, ଟେକନିସିଆନ, ଫାର୍ମାସିଷ୍ଟ, ସେବୀକା ଆବଶ୍ୟକ ଅନୁଯାୟୀ ନଥିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ରୋଗୀ ସହାୟିକା ,ପ୍ରସୂତି କାଳୀନ ସାମଗ୍ରୀ ଅଭାବ ରହିଛି ।ରୋଗୀ ମାନଙ୍କ ନିମନ୍ତେ ପରିସ୍ରାଗାର, ଶୌଚାଳୟ, ରୋଷେଇଘର, ବିଶ୍ରାମଗାର, ଜଳ ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା ନାହଁ ବୋଲି ରୋଗୀ କଲ୍ୟାଣ ସମିତି ବୈଠକରେ କହିଥିଲେ ।ପୁଣି କାୟାକଳ୍ପ ଟଙ୍କା ରେ ନିମ୍ନ ମାନର ରାସ୍ତା, ,ନିମ୍ନ ମାନର ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଇଥିବାରୁ ତାହା ଭଗ୍ନ ଅବସ୍ଥାରେ ଓ ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗୋଳି ଚାରିଆଡେ ହେଉ ଥିବାରୁ ଲକ୍ଷ ଲକ୍ଷ ଟଙ୍କା ର ଔଷଧ ନଷ୍ଟ ହୋଉଛି ବୋଲି ଡାକ୍ତର କହିଥିଲେ । ଏହି ସ୍ୱାସ୍ଥ୍ୟ କେନ୍ଦ୍ରଉପରେ କଲ୍ୟାଣସିଂହପୁର ,କାଶୀପୁର ଓ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ,ଲାଞ୍ଜିଗଡ଼ ଅଞ୍ଚଳ ପ୍ରାୟ ୮୦ହଜାର ଲୋକ ନିର୍ଭର କରି ଆସୁଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭେଷଜ, ଅସ୍ଥି ଶଲ୍ୟ, ଶିଶୁ ବିଶେଷଜ୍ଞ , ସ୍ତ୍ରୀ ରୋଗ ବିଶେଷଜ୍ଞ, ସ୍ଥାୟୀ ଫାର୍ମାସିଷ୍ଟ ନଥିବାରୁ ଏଠାକୁ ଆସୁ ଥିବା ରୋଗୀ ହନ୍ତସନ୍ତ ହେଉଛନ୍ତି । ଦୁର୍ଘଟଣା ହୋଇ ଆସୁଥିବା ରୋଗୀଙ୍କୁ ରାତ୍ରୀ କାଳୀନ ଡାକ୍ତର ଚିକିତ୍ସା କରୁନଥିବା ଅଭିଯୋଗ ହୋଇଛି । ଏଥିରେ ଉପସ୍ଥିତ ଥିବା ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ନୀଳମାଧଵ ହିକକା ଡାକ୍ତରଙ୍କ କହିଥିବା ସମସ୍ୟା ଗୁଡିକ ଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।