ପାତ୍ରସାହିରେ ମହିମା ଅଲେଖ ବିଶ୍ବଶାନ୍ତି ମହାଯଜ୍ଞ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ ପାତ୍ରସାହି ମହିଳା ମଣ୍ତଳ ଯଜ୍ଞ କମିଟି ପକ୍ଷରୁ ମହିମା ଅଲେଖ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି।ସକାଳେ ଗ୍ରାମର ପୁଷ୍ପରିଣୀ ରୁ ବାଜାବାଣ ସଂକିର୍ତ୍ତନମଣ୍ତଳୀ ର ନାଦରେ ଜଳ କଳସ ଅଣାଯାଇଥିଲା।ଜରନ୍ଦା ଧାମର ବାବା ଯୋଶବନ୍ତ ଦାସ ଓ ସହଯୋଗୀ ମାନେ ଯଜ୍ଞାରମ୍ଭ କରି ବିଶ୍ବଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।ଏଥିରେ ସୁନ୍ଦରଗଡ(ବଣେଇଁ),କେନ୍ଦୁଝର(ଜାଲି),କାଳିକାପ୍ରସାଦ,କାଶିପାଳ, ଧନୁର୍ଜୟପୁର,ପାରୁଡିପୋଶି,ରାଇସୁଆଁ ୭ଟି ଖଞ୍ଜଣି ଭଞ୍ଜନ ଦଳ ଅଂଶଗ୍ରହଣ କରି ନାମଯଜ୍ଞ ପରିବେଷଣ କରିଥିଲେ।ସର୍ବସାଧାରଣ ଙ୍କୁ ଅହରାତ୍ର ପ୍ରସାଦ ବଣ୍ଟନ କରାଯାଇଛି।ପାତ୍ରସାହି ମହିଳା ମଣ୍ତଳ ଯଜ୍ଞ କମିଟି ର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି।ସୋମବାର ପୂର୍ଣ୍ଣାହୁତି,ଧର୍ମସଭା କାର୍ଯ୍ୟକ୍ରମ ପରେ ଯଜ୍ଞ ସମାପନ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ