ଆସିରା ଆରିୟନ୍‍ ପବ୍ଳିକ ସ୍କୁଲରେ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ୨୦୨୪-୨୫ ଶିକ୍ଷାବର୍ଷରେ ଅନୁଷ୍ଠିତ ହୋଇଥିବା ଦଶମ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଆସିକା ଆରିୟନ୍‍ ପବ୍ଳିକ ସ୍କୁଲର ଶ୍ରେଷ୍ଠ କୃତୀ ବିଦ୍ୟାର୍ଥୀଙ୍କୁ ବୁଧବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସାଙ୍ଗକୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରାଯାଇଥିବା ଜଣାପଡିଛି । ଆସିକା କାଳଷଣ୍ଢପୁର ସ୍ଥିତ ଆରିୟନ୍‍ ପବ୍ଳିକ ସ୍କୁଲ ପରିସରରେ ସୋମବାର ଅନୁଷ୍ଠିତ ଏହି କୃତୀ ବିଦ୍ୟାର୍ଥୀଙ୍କ ପ୍ରତିଭା ସମ୍ମାନ, ଅଭିନନ୍ଦନ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସଂପାଦକ ପରବିନ୍ଦର ସିଂ, ନିର୍ଦ୍ଦେଶକ ଅଭିନିତ୍‍ ଗମ୍ଭୀର, ଅଧ୍ୟକ୍ଷ ସଂଜୟ କୁମାର ପଟ୍ଟନାୟକ, ପ୍ରଶାସନିକ ମୂଖ୍ୟ ଦୀପ୍‍ ଗମ୍ଭୀର, ପ୍ରଥମ ସିଫ୍ଟର ଭାରପ୍ରାପ୍ତ ମୁଖ୍ୟ ଗୀତୁ ଗମ୍ଭୀର, ଶିକ୍ଷକ ଶ୍ରୀକାନ୍ତ କୁମାର ପଟ୍ଟନାୟକ, ସ୍ନିଗ୍ଧାରାଣୀ ପାଢୀ, ମିନତୀ ମହାପାତ୍ର, ସୂର୍ଯ୍ୟ ନାରାୟଣ ଆଚାରୀ, ମନୋଜ କୁମାର ମିଶ୍ର ପ୍ରମୁଖ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନେ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅବିରତ ପ୍ରୟାସ, କଠିନ ପରିଶ୍ରମ, ଉଚ୍ଚକୋଟୀର ଚିନ୍ତାଧାରାକୁ ପାଥେୟ କରି ଦୃଢତାର ସହ ଆଗକୁ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସିବିଏସ୍‍ଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀ ଭାଗ୍ୟଶ୍ରୀ ମିଶ୍ର, ଅଭିଜିତ୍‍ ବି.ଚୌଧୁରୀ. ସୁହାନା ପାତ୍ର, ପି.ଅର୍ପିତା ପାତ୍ର, ଆଦିତ୍ୟ କୁମାର ଗୌଡ, ଅଙ୍କିତ୍‍ ପଟ୍ଟନାୟକ, କୃଷ୍ଣ ପ୍ରସାଦ ଗୌଡ, ଶୁଭ୍ରକାନ୍ତ ମହାନ୍ତି, ସୌମ୍ୟରଂଜନ ସ୍ୱାଇଁ, ଅର୍ଚ୍ଚିତା ଖଣ୍ଡୁଆଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବୁଦ୍ଧିଜିବୀ, ସଚେତନ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତି, ଅଭିଭାବକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଆରିୟନ୍‍ ପବ୍ଳିକ ସ୍କୁଲର ଉତ୍ତମ ଶୈକ୍ଷିକ ପରିବେଶ, ଛାତ୍ରଛାତ୍ରୀମାନଙ୍କ କଠୋର ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ସାଙ୍ଗକୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉନ୍ନତମାନର ଶିକ୍ଷାଦାନ ତଥା ଅଭିଭାବକମାନଙ୍କ ଶିକ୍ଷାନୁଷ୍ଠାନ ପ୍ରତି ଅତୁଟ ବିଶ୍ୱାସ ହିଁ ଏହି ଉଲ୍ଲେଖନୀୟ ସଫଳତା ଆଣିଦେଇଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ