ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ

କଲାହାଣ୍ଡି,(ଚିତ୍ତରଞ୍ଜନ ବିଷି):ଲାଞ୍ଜିଗଡ ବ୍ଲକ ବାତେଲିମା ପଞ୍ଚାୟତବାସୀ ନିଜ ପଞ୍ଚାୟତକୁ ଭଲ ରାସ୍ତା ନଥିବା ଯୋଗୁଁ ବର୍ଷ ବର୍ଷ ଧରି ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ । ପ୍ରଶାସନ ନଶୁଣିବାରୁ ରବିବାର ବାତେଲିମା ଠାରୁ ନିଆଳି ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଯାହା ଫଳରେ ମୁଖ୍ୟ ରାସ୍ତାରେ ପ୍ରାୟ ୭ ଘଣ୍ଟା କାଳ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଥିଲା। ଖବର ପାଇ ବାତେଲିମା ସରପଞ୍ଚ କରୁଣା ମାଝୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।
ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁସାରେ ବାତେଲିମା ପଞ୍ଚାୟତକୁ ୪ ଟି ଆର୍ଡି ରାସ୍ତା ସଂଯୋଗ କରୁଥିବା ବେଳେ ବାତେଲିମା- ନିଆଳି, ବାତେଲିମା-କଂସାରୀ, ବାତେଲିମା-ସିନ୍ଧିବାହିଲି, ବାତେଲିମା-ଲାଞ୍ଜିଗଡ ସଂଯୋଗ କରୁଥିବା ଆର୍ଡି ରାସ୍ତାଟି ବର୍ଷ ବର୍ଷ ଧରି ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି । ଯାହା ଫଳରେ ପଞ୍ଚାୟତକୁ ଆମ୍ବୁଲାନ୍ସ ଯିବା କଷ୍ଟକର ହୋଇପଡ଼ିଥିବା ବେଳେ ଗୁରୁତର ରୋଗୀ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଡାକ୍ତରଖାନା ନେବା ସମ୍ଭବ ହେଉନାହିଁ।
ଏହାକୁ ନେଇ ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ରାଜନେତା ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଯୋଗୁଁ ରବିବାର ସକାଳ ୮ ଘଣ୍ଟାରୁ ଅପରାହ୍ଣ ୨ ଟା ପର୍ଯ୍ୟନ୍ତ ବାତେଲିମା ଠାରୁ ନିଆଳି ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଯାହା ଫଳରେ ମୁଖ୍ୟ ରାସ୍ତାରେ ପ୍ରାୟ ୭ ଘଣ୍ଟା କାଳ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଥିଲା। ଖବର ପାଇ ବାତେଲିମା ସରପଞ୍ଚ କରୁଣା ମାଝୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।
ଆଗାମୀ ସାତ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନେଲେ ରାଜରାସ୍ତାକୁ ଓଲ୍ଲାଇବା ସହିତ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେବା ସହ ଓ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବୁ ବୋଲି ବାତେଲିମା ପୂର୍ବତନ ସରପଞ୍ଚ ଧନୁ ମାଝୀ, ୱାର୍ଡ ମେମ୍ବର ଭଗବାନ ପାତ୍ର, ପୂର୍ବତନ ସମିତି ସଭ୍ୟା ବାସନ୍ତୀ ସାମଲ, ନିର୍ମଳ ସାମଲ, ମୁରଲୀ ନାଏକ, ରୋମିଓ ରଞ୍ଜନ ସାମଲ, କୁମ୍ଭେ ମାଝୀ, ନବୀନ ମାଝୀ, ପ୍ରଭୁରଞ୍ଜନ ସାମଲ, ମାର୍କଣ୍ଡ ଦଣ୍ଡସେନା, ତରୁଣ ସାମଲ, ସୁଭଦ୍ରା ପ୍ରଧାନୀ, ଜୟନ୍ତୀ ଦଣ୍ଡସେନା, କୁମାରୀ ଗୌଡ଼, ସୁକୁମାରି ଦଳପତି, କ୍ଷତି ଭୋଇ, ସଭାରୀ ପାତ୍ର ସମେତ ବାତେଲିମା ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି । ଏନେଇ ସରପଞ୍ଚ କରୁଣା ମାଝୀଙ୍କୁ ପଚାରିବାରୁ, ମୁଁ ରାସ୍ତାକୁ ନେଇ ପଞ୍ଚାୟତ ସମିତି ବୈଠକରେ ବାରମ୍ବାର ଅଭିଯୋଗ କରିଛି । ଏହା ବ୍ୟତୀତ ଜିଲ୍ଲାପାଳ ନିକଟରେ ମଧ୍ୟ ଅଭିଯୋଗ କରିଛି । କିଛି ରାସ୍ତାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନେଉନାହାନ୍ତି । ତେଣୁ ରବିବାର ପଞ୍ଚାୟତବାସୀ ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ ବୋଲି ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ