ଦର୍ଶନ
ଜଗନ୍ନାଥ ତୁମେ
ଦରଶନ ଦିଅ
ପାପୀ ତପି ସମସ୍ତଙ୍କୁ,
ମୁଁ ଫେରି ଯାଉଛି
ଦର୍ଶନ ନ କରି
ଦୁଃଖ କହିବି କାହାକୁ ।
ଦୁଃଖରେ ନ ଥିଲି
ସୁଖେ ଆସିଥିଲି
ତୋତେ ଦେଖି ହେବି ଖୁସି,
ତୋତେ ନ ଦେଖିଲି
ଭିଡେ ଫସିଗଲି
ସୁଖ ଖୁସି ଗଲା ଭାସି ।
ମୋପରି ଏମିତି
କେତେ ଫେରିଛନ୍ତି
ହିସାବ ତୋ ପାଖେ ଥିବ,
ମୁଁ କେତେ ନମ୍ବର
ଖାତା ଦେଖା ତୋର
ମନ ମୋର ବୁଝିଯିବ ।
ସୁଖ ହିଁ ତୋହର
ଦୁଃଖ ହିଁ ତୋହର
ସୁଖକୁ ମୁଁ ଭାବେ ମୋର,
ସୁଖେ ଥାଉ ଥାଉ
ଦୁଃଖ ମୋତେ ଦେଉ
ଦିଶିବ ମୁହଁ ତୋହର ।
ଗଦାଧର ସାହୁ,କଙ୍କଡାଦ୍ଵୀପ,ବ୍ରହ୍ମଗିରି,ପୁରୀ