ଚୌଦ୍ଵାରରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ଚୌଦ୍ଵାର,(ସଞ୍ଜୀବ କୁମାର ତିୱାରୀ) : ପବିତ୍ର ସାବିତ୍ରୀ ବ୍ରତ ପାଇଁ ବିଭିନ୍ନ ମନ୍ଦିର ଗୁଡିକରେ ମହିଳା ବ୍ରତଧାରୀଙ୍କ ଭିଡ ଲାଗିଛି । ହିନ୍ଦୁ ସଧବା ମହିଳାମାନେ ହାତରେ ଶଙ୍ଖା ଓ ସିନ୍ଦୂର ସହ ନୂଆ ବସ୍ତ୍ର ନେଇ ପୂଜା କରୁଥିବା ବେଳେ ଚୌଦ୍ଵାର ର ମା ଧୁମାବତୀ କିନ୍ନର ସଂଘ ର କିନ୍ନର ମାନେ ମଧ୍ୟ କରିଛନ୍ତି ଏହି ବ୍ରତ । ଚୌଦ୍ଵାର କପାଲେଶ୍ଵର ମନ୍ଦିର ପ୍ରାଙ୍ଗଣରେରେ କିନ୍ନର ମାନେ ଏକାଠି ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।ମନ୍ଦିର ବଟ ବୃକ୍ଷ ତଳେ ବହୁ ସଂଖ୍ୟାରେ କିନ୍ନର ଏକାଠି ହୋଇ ପୂଜା କରିଛନ୍ତି ଶଙ୍ଖା ସିନ୍ଦୁରରୁ ନେଇ ଫଳମୂଳ ଓ ନୂଆ ବସ୍ତ୍ର ଦେଇ ନିଜର ଗୁରୁ ତଥା ବିଶ୍ୱାସୀଙ୍କ ମଙ୍ଗଳ କାମନା କରି କିନ୍ନର ମାନେ ବ୍ରତ ପାଳନ୍ତି । ଏହି ସାବିତ୍ରୀ ବ୍ରତକୁ ସେମାନେ ଗୁରୁଶିଷ୍ୟ ପରମ୍ପରା ବୋଲି ମାନିଥାନ୍ତି । ଖାଲି ସେତିକି ନୁହେଁ ସେମାନେ ଗୁରୁଙ୍କୁ ହିଁ ତାଙ୍କର ପରିବାର ମୁଖ୍ୟ ମାନନ୍ତି । ତେଣୁ ତାଙ୍କର ମଙ୍ଗଳ କାମନା କରି ଏହି ସାବିତ୍ରୀ ବ୍ରତ କରିଥାନ୍ତି । ମହିଳା ବ୍ରତଧାରୀମାନେ ଯେଉଁଭଳି ପୂଜା କରିଥାନ୍ତି ସମାନ ଢଙ୍ଗରେ କିନ୍ନର ମାନେ ମଧ୍ୟ ସାବିତ୍ରୀ ବ୍ରତ ପାଳିଥାନ୍ତି । ମା ଧୁମାବତୀ କିନ୍ନର ସଂଘର କିନ୍ନର ସାନୁ,ସଞ୍ଜୁ, ନିଲମ୍,ସରିତା,ରିଙ୍କି,ଜ୍ୟୋତି,ଅଙ୍କିତା,ମଧୁ ,ପାର୍ବତୀ ପ୍ରମୁଖ ଯୋଗ ଦେଇ ଏହି ସାବିତ୍ରୀ ବ୍ରତ ପାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ