ନୂତନ ତହସିଲଦାରଙ୍କ ଯୋଗଦାନ

ହାଟଡିହି (ବିକାଶ ବିଶ୍ବାଳ) ହାଟଡିହିରେ ନୂତନ ତହସିଲଦାର ଭାବେ ଶିବବ୍ରତ ତ୍ରୀପାଠୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ ଏଥି ପୁର୍ବରୁ ଚମ୍ପୁଆରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ଯ କରୁଥିଲେ। ସେ ଆଜି କାର୍ଯ୍ୟରେ ଯୋଗ ଦେବା ପରେ କାର୍ଯ୍ୟଳୟ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରଯାଇଥିଲା। ଏଠାରେ କାର୍ଯ୍ୟରତ ଥିବା ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକ ନବ ନିଯୁକ୍ତ ତହସିଲଦାରଙ୍କୁ କାର୍ଯ୍ୟଭାର ଅର୍ପଣ କରିଥିଲେ। ଯେହେତୁ ଏହା ଜିଲ୍ଳାର ସବୁଠାରୁ ବଡ ତହସିଲ୍ ତେଣୁ ଲୋକଙ୍କ ଜମି ଜମା ସମସ୍ୟା ଗୁଡିକୁ ସମାଧାନ କରିବା କ୍ଷେତ୍ରରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ