ତୈଳିକ ବୈଶ୍ୟ ସାମାଜ ପତ୍ରାପାଲି କେନ୍ଦ୍ରର ସାଧାରଣ ବୈଠକ
କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅନ୍ତର୍ଗତ ଅଖିଳ ଭାରତୀୟ ତୈଳିକ ବୈଶ୍ୟ ସାମାଜ ପତ୍ରାପାଲି କେନ୍ଦ୍ର, କୁଚିଣ୍ଡା, ର ଏକ ସାଧାରଣ ବୈଠକ ଗ୍ରାମ ର ଗୌନ୍ତିଆ ତଥା ପ୍ରଥମ ମହାସଭାର କାର୍ଯ୍ୟକାରୀ ସଭାପତି ଶ୍ରୀ ସୁନ୍ଦର ଲାଲ ପୃଷେଠଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ଉତ୍କଳ ତୈଳିକ ବୈଶ୍ୟ ସାମାଜ ଇତମା କେନ୍ଦ୍ର ତଥା ବାମଣ୍ଡା, ଜୟପୁର, ଗାଙ୍ଗପୁର, ବଣେଇ ର ସମସ୍ତ ଉପକେନ୍ଦ୍ର ଓ ସମସ୍ତ ଗୃପ ମାନଙ୍କୁ ନିମନ୍ତ୍ରଣ କରି ବହୁ ଆଡ଼ମ୍ବର ସହକାରେ ଚଳିତ ବର୍ଷ ଜୁନ ୧୪ ତାରିଖ ଦିନ ପ୍ରଥମ ମହାସଭା ପାଳନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଓଡିଶାର ବିଭିନ୍ନ ଜିଲ୍ଲାରେ ଥିବା ତୈଳିକ ବୈଶ୍ୟ ସାମାଜର ପ୍ରମୁଖ ନେତୃବୃନ୍ଦ ମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରି ତାଙ୍କ ସଫଳତାର କଥା ଶୁଣିବା ପାଇଁ ପୂର୍ବତନ ସଭାପତି ଲଲିତ ପୃଷେଠ ପ୍ରସ୍ତାବ ଦେଇଥିଲେ। ଦୟା ସାଗର ପୃଷେଠ, ହେମନ୍ତ ପୃଷେଠ, ରୁଦ୍ର ଚରଣ ବେହେରା, ଚତୁର୍ଭୁଜ ସାହୁ, ନୃପଲାଲ ପୃଷେଠ, ବିଶ୍ଵନାଥ ସାହୁ, କୁଳମଣି ପୃଷେଠ, ଗୁରୁ ପୃଷେଠ, ସନ୍ତୋଷ ପୃଷେଠ, ବସନ୍ତ ପୃଷେଠ, ତରୁଣ ପୃଷେଠ, ଶିବ ନାରାୟଣ ପୃଷେଠ, ବୁଦ୍ଧୁରାମ ବେହେରା, ଘନ ସାହୁ, ଅଜୟ ସାହୁ, କୁମୁଦ ସାହୁ, କୃଷ୍ଣ ପୃଷେଠ ପ୍ରମୁଖ ସହମତି ପ୍ରଦାନ କରି ଥିଲେ, କେନ୍ଦ୍ର ସଭାପତି ଯଦୁମଣି ପୃଷେଠ, ମହା ସଭାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ, ମହାସଭାର କାର୍ଯ୍ୟକାରୀ ସଭାପତି ସୁନ୍ଦରଲାଲ ପୃଷେଠ ମହାସଭାରେ ସମସ୍ତେ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ଅନୁରୋଧ କରିବା ସହ ସଭାରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଦେଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.