ବିକଶିତ କୃଷି ସଂକଳ୍ପ ଅଭିଯାନ

ଛତ୍ରପୁର(ଓ୍ବାଇଏନଏସ) :  ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି ।  କୃଷକମାନଙ୍କ ମଧ୍ୟରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ବିହନ କିସମ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ, ଆଜିଠାରୁ ୧୨ ଜୁନ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଭାରତ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଅଭିଯାନ ମାଧ୍ୟମରେ   ଚାଷୀଙ୍କ ନିକଟରେ ସରକାର ପହଞ୍ଚିବ ଏବଂ ନୂତନ କୃଷି ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ବିଷୟରେ ସେମାନଙ୍କୁ ଅବଗତ କରାଇବ।  ଏହି ଅବସର ରେ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପରିଷଦ କାର୍ଯ୍ୟାଳୟ ପରିସର ରୁ ୨ ଟି କୃଷି ସଚେତନତା ରଥ ଶୁଭାରମ୍ଭ ହୋଇଛି, ଏହାକୁ ରାଜ୍ୟ ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ବିଭାଗ ର ମନ୍ତ୍ରୀ ବିଭୁତି ଭୂଷଣ ଜେନା ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି,   ଏହି ପେରୀପ୍ରେକ୍ଷୀ ରେ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନିତା ଶୁଭଦର୍ଶନୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଖଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି, ଦିଗପହଣ୍ଡି ବିଧାୟକ ଡ଼ଃ ସିଦ୍ଧାନ୍ତ ମହାପାତ୍ର, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ପରିଷଦ ର ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଜିଲ୍ଲାପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ବ୍ରହ୍ମପୁର ଉପଜିଲ୍ଲାପାଳ ଦିନା ଦସ୍ତାଗିରି, ଜିଲ୍ଲା ମୁଖ୍ୟ କୃଷି ରବି ନାରାୟଣ ପଣ୍ଡା, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ ଏବଂ ଅନ୍ୟାନ୍ୟ ବିଭାଗରଅଧିକାରୀ ମାନେ ଉପସ୍ଥିତ ଥିଲେ। ଏଥି ସକାଶେ ଜିଲ୍ଲା ରେ ଟିମ  ଏ,ଵି ଓ ସି ଗଠନ କରାଯାଇଛି,  ଦୁଇଟି ରଥ ସହ କୃଷି, ଉଦ୍ୟାନ କୃଷି ଓ ମୃତ୍ତିକା ସଂରକ୍ଷଣ ସମ୍ବନ୍ଧୀୟ ବିଷୟ ବସ୍ତୁ ଗୁଡ଼ିକୁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ବିଭାଗୀୟ ଅଧିକାରୀମାନେ ମିଳିତ ଭାବରେ ଗ୍ରାମୀଣ କୃଷକମାନଙ୍କୁ ଏ ବିଷୟରେ ବୁଝାଇବେ। ପ୍ରତ୍ୟେକ ଦଳ, ଦୈନିକ ଦୁଇଟି ଗାଁ ଗସ୍ତ କରି ପ୍ରତ୍ୟେକ ଗାଁ’ରେ ୨୫୦ ଜଣ ଚାଷୀଙ୍କୁ ଭେଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୃଷକ କଲ୍ୟାଣ ଯୋଜନା ଗୁଡ଼ିକୁ ବୁଝାଇବା ସହ ବିଭିନ୍ନ କାର୍ଯ୍ୟକ୍ରମ, ପଦକ୍ଷେପ ଏବଂ ନୂତନ ଜ୍ଞାନ କୌଶଳର ପ୍ରୟୋଗାତ୍ମକ ଦିଗ ଗୁଡ଼ିକ ଉପରେ ଚାଷୀଭାଇ ଓ ଭଉଣୀମାନଙ୍କ ସହ ଆଲୋଚନା କରିବେ।  ଏନେଇ ଆଜି ଛତ୍ରପୁର ବ୍ଲକ ର ଲଣ୍ଡାବାଉଁଶ ଗ୍ରାମ ରେ ୨୫୦ ଚାଷୀଙ୍କୁ ନେଇ ଏକ ସଭା ହୋଇଥିଲା ଏଥିରେ କୃଷି ବୈଜ୍ଞାନିକ ମାନେ ଯୋଗଦେଇ  ମୃତ୍ତିକାର ସ୍ଵାସ୍ଥ୍ୟ ପରୀକ୍ଷା, ମୃତ୍ତିକା ସ୍ଵାସ୍ଥ୍ୟକାର୍ଡର ବ୍ୟବହାରିତା, ସାର ପରିଚାଳନା, ଜଳବାୟୁ ପ୍ରତିରୋଧ କୃଷି ଇତ୍ୟାଦି ବିଷୟରେ ଚାଷୀମାନଙ୍କୁ ଅବଗତ କରାଇଥିଲେ ।  ସେହିପରି ପୁରୁଷୋତ୍ତମପୁର ବ୍ଲକ ରେ ମଧ୍ୟ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ