ଗ୍ରୀଷ୍ମ ଅବକାଶ ଶିକ୍ଷଣ କାର୍ଯ୍ୟକ୍ରମ
ବୁଗୁଡା (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ମୟ ମହାପାତ୍ର ଗ୍ରୀଷ୍ମଅବକାଶ ଶିକ୍ଷଣ କାର୍ଯ୍ୟକ୍ରମର (ଏସଏଲପି) ସଫଳ ରୂପାୟନ ନିମନ୍ତେ ଉତ୍ତମ ପଦକ୍ଷେପ ଗ୍ରହଣ କରି ପ୍ରଶଂସନୀୟ ହୋଇଛନ୍ତି। ଏହି ଅଭିନବ ପ୍ରୟାସରେ ବିଭିନ୍ନ କ୍ଲଷ୍ଟରକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ଓ ଅତରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମିତା ପାଢ଼ୀ, ସିଆରସିସି ଓ ଶିକ୍ଷକ/ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ନେଇ ଛାତ୍ରଛାତ୍ରୀଙ୍କ ଗ୍ରାମକୁ ଯାଇ ସେମାନଙ୍କ ଶିକ୍ଷାର ଅଗ୍ରଗତି ପାଇଁ ଶିକ୍ଷାଦାନ ଦେଇ ଅବିଭାବକମାନଙ୍କୁ ପରାମର୍ଶ ଦେବାର ଜଣାପଡିଛି। ବିଇଓ ଶ୍ରୀ ମହାପାତ୍ର ବାଲିପଦର ସିଆରସିସି ବିଶ୍ୱଜିତ ପରିଡ଼ା ଓ ମାଣିତରା ସିଆରସିସି ଶଶିକାନ୍ତ ପାତ୍ରଙ୍କ ସହ ଦୁଇ କ୍ଲଷ୍ଟରର ବିଭିନ୍ନ ଗ୍ରାମକୁ ଯାଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ମିଶି ନିରୀକ୍ଷଣ ଓ ପରାମର୍ଶ ଦେଇଛନ୍ତି। ମଇ ୨୯ ତାରିଖ ଦିନ ବିଇଓ ଶ୍ରୀ ମହାପାତ୍ର ମାଣିତରା କ୍ଲଷ୍ଟର ଅନ୍ତର୍ଗତ ମକରାପଲ୍ଲୀ ଓ ମଙ୍ଗରାଜପୁର ଗ୍ରାମକୁ ଯାଇ ବିଭିନ୍ନ ଛାତ୍ରଛାତ୍ରୀଙ୍କ ନିକଟକୁ ଯାଇ ଶିକ୍ଷାଦାନ ଦେବା ସହ ପରାମର୍ଶ ଦେଇ ଆସିଥିବା ଦେଖାଯାଇଛି। ସମଗ୍ର ବୁଗୁଡ଼ା ବ୍ଲକରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଓ ସିଆରସିସି ବୃନ୍ଦଙ୍କ ଏତାଦୃଶ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।