ନୂଆ ସେବା ସଙ୍ଗଠନକୁ ନେଇ ଲୋକେ ଉତ୍ସାହିତ

ଆରଡି, ( ଆଲୋକ ଚନ୍ଦ୍ର ନାୟକ ) : ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକର ପାଳସାହି ପଞ୍ଚାୟତ କାର୍ଯ୍ୟାଳୟ, ବେତାଳିଗାଁ ପରିସରରେ ଗୁରୁବାର ଅପରାହ୍ନରେ ଏକ ସେବା ସଙ୍ଗଠନ ଗଠନ କରାଯାଇଛି । ଯାହାର ନାମ ରଖାଯାଇଛି ଜିଲ୍ଲା ମାନବ କଲ୍ୟାଣ ଓ ସେବା ସଙ୍ଗଠନ, ଭଦ୍ରକ । ଏହି ଉପଲକ୍ଷେ ମାନବବାଦୀ ତଥା ସାମାଜିକ କର୍ମୀ ପଣ୍ଡିତ ପଞ୍ଚାନନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ବୈଠକରେ ଯୋଗ ଦେଇଥିବା ଭଦ୍ରବ୍ୟକ୍ତି ମାନଙ୍କ ମଧ୍ୟରୁ ସୁଶାନ୍ତ କୁମାର ନାୟକଙ୍କୁ ସଭାପତି, ଅନ୍ତର୍ଯ୍ୟାମୀ ଦାସଙ୍କୁ ସମ୍ପାଦକ, ଆଲୋକ କୁମାର ରାଉତଙ୍କୁ ଉପ ସଭାପତି, କୃଷ୍ଣ ଚରଣ ସାହୁଙ୍କୁ ସହ ସମ୍ପାଦକ, ରତ୍ନାକର ଜେନାଙ୍କୁ କୋଷାଧ୍ଯକ୍ଷ ଭାବେ ମନୋନୀତ କରାଯାଇଥିଲା । ଉପଦେଷ୍ଟା ଭାବେ ପଣ୍ଡିତ ପଞ୍ଚାନନ ମିଶ୍ର, ବ୍ରଜେନ୍ଦ୍ର କୁମାର ମହାନ୍ତି, କ୍ଷୀରୋଦ କୁମାର ବଳ, ସାମ୍ବାଦିକ ସନ୍ତୋଷ କୁମାର ଦାସ, ଦୀପ୍ତି ରଞ୍ଜନ ନାୟକ, ରତିକାନ୍ତ ନାୟକ ପ୍ରମୁଖ ଏହି ସଙ୍ଗଠନରେ କାର୍ଯ୍ୟ କରିବେ ବୋଲି ସ୍ଥିର ହୋଇଥିଲା । ପ୍ରତିମାସ ସଙ୍ଗଠନର ବୈଠକ ଅନୁଷ୍ଠିତ ହେବ ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ ସେବାକାର୍ଯ୍ୟ କରାଯିବ ବୋଲି ସ୍ଥିର କରା ଯାଇଥିଲା । ମାନବ ସେବାକୁ ପ୍ରାଧାନ୍ୟ ଦିଆଯିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକୁ ସମ୍ପାଦନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା । ପରିଶେଷରେ ସରପଞ୍ଚ ଅଜୟ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସେବା ସଙ୍ଗଠନ ଗଠନକୁ ସ୍ଥାନୀୟ ଲୋକେ ପ୍ରଶଂସା କରିବା ସହିତ ଏହାର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ