ପ୍ରତିଭା ସମ୍ପନ୍ନ ମାଁ ମାନଙ୍କ ପ୍ରତିଯୋଗିତା

ବରଗଡ଼,(ତୁଳସୀ ଚରଣ ଦାଶ): ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ରକ୍ ଏଣ୍ଡ ରୋଲ କଲ୍ଚରାଲ ଏକାଡେମୀ ତରଫରୁ ଡି.ବି.ଡି. ସୁପର ମମ୍ ସିଜନ- ୩ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି,
ଅନୁଷ୍ଠାନର ନିର୍ଦ୍ଦେଶକଙ୍କ ତତ୍ବାବଧାନରେ ତଥା ଶିକ୍ଷାବିତ୍ ଅଶୋକ କୁମାର ପସାୟତ୍ ଙ୍କ ପରିଚାଳନା ଓ ସଂଯୋଜନାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା, ଉକ୍ତ ସଭାରେ ବିଶିଷ୍ଟ ସମାଜସେବୀ ଚନ୍ଦ୍ର ଶେଖର ବାଗ ଓ ଶ୍ରୀମତୀ କୁମୋଦିନୀ ବାଗ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବରେ ବରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ କଲ୍ପନା ମାଝୀ ଯୋଗଦାନ କରିଥିଲେ,ସମ୍ମାନୀତ ଅତିଥି ଭାବେ ଡ଼.ତପସ୍ବିନୀ ଗୁରୁ, ଡ. ଡୋଲାମଣୀ ଶତପଥୀ, ସୁଜାତା ମେହେର, ଶ୍ରୀମତୀ ମମତା ଅଗ୍ରୱାଲ ଓ ରାଜୁ ମହାନନ୍ଦ ମଞ୍ଚୀସିନ ଅତିଥି ଭାବେ ଯୋଗଦେଇଥିଲେ,ସଭାକାର୍ଯ୍ୟ ସମାପ୍ତ ପରେ ସର୍ବମୋଟ ୨୨ ଜଣ ମାଁ ମାନଙ୍କ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଏମ୍ ଡି ଲତିଫଙ୍କ ନିର୍ଦ୍ଦେଶନାରେ ପରିବେଷଣ କରାଯାଇଥିଲା ଏବଂ ସମସ୍ତ ମାଁ ମାନଙ୍କୁ ପ୍ରଶଂସା ପତ୍ର,ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା,
ପ୍ରତିଯୋଗୀତାରେ ଶ୍ରୀମତୀ ପୁନମ୍ ଷଡ଼ଙ୍ଗୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ଶ୍ରୀମତୀ ମମତା ସାହୁ, ଶ୍ରୀମତୀ ସୁନୀତା ସାହୁ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ, ଏଥିରେ ବରଗଡ଼ର ସୁନାମଧନ୍ୟ ନୃତ୍ୟ ଶିଳ୍ପୀ ଶ୍ରୀମତୀ ମାନୀ ଚକ୍ରବର୍ତ୍ତୀ ଓ ଶ୍ରୀମତୀ ସୀମା ବେହେରା ବିଚାରକ ଭାବେ ଯୋଗ ଦେଇଥିଲେ, କାର୍ଯ୍ୟକ୍ରମ ଆନୀ, ପ୍ରୀୟଙ୍କା, ଶ୍ରୀୟା, ଆରତୀ, ମାମା, ଅମଜତ୍, ବବୁଆ, ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ଦ୍ଵାରା ସଫଳ ହୋଇଥିଲା, ଶେଷରେ ଏମ୍. ଡି. ଲତିଫ୍ (ବବଲି) ଧନ୍ୟବାଦ ଅର୍ପଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ