ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଧମକ : ମାମଲା ରୁଜୁ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ଅଧିନ ଏକ ଗାଁ ରେ ଗତ ପ୍ରାୟ ୮ ମାସ ପୂର୍ବେ ଜଣେ ନାବାଳିକା ଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ବ୍ରହ୍ମପୁର ଜେଲ ରେ ଥିବା ଅଭିଯୁକ୍ତ ବୁଲୁ ସାହୁ ଙ୍କ ପରିବାର ଲୋକେ ପୀଡ଼ିତା ନାବାଳିକା ଙ୍କ ପରିବାର ଲୋକଙ୍କୁ କୋର୍ଟ ରେ ସାକ୍ଷ୍ୟ ନଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।ନାବାଳିକା ଙ୍କ ଙ୍କ ମା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୧୮୯/୨୫ ଅନୁଯାୟୀ ଅଭିଯୁକ୍ତ ବିଜୟ ସାହୁ,ମିଟୁ ସାହୁ,ଧୋବଣୀ ସାହୁ ଏବଂ ପାଣ୍ଡି ସାହୁ ଙ୍କ ନାଁ ରେ ମକଦ୍ଦମା ରୁଜୁକରି ତଦନ୍ତ ଚଳାଇଛନ୍ତି। ବ୍ରହ୍ମପୁର କୋର୍ଟ ରେ ବିଚାରାଧୀନ ଥିବା ମକଦ୍ଦମା ରେ ସାକ୍ଷ୍ୟ ନଦେବା ପାଇଁ ପୀଡ଼ିତା ଙ୍କ ପରିବାର ଲୋକଙ୍କୁ ପ୍ରଥମେ ବିଭିନ୍ନ ଉପାୟରେ ଯୋଗାଯୋଗ କରି ଅର୍ଥ ପ୍ରଦାନ ପାଇଁ ଲୋଭ ଦେଖାଇଥିଲେ।ସେମାନେ ପ୍ରସ୍ତାବରେ ରାଜି ନହେବାରୁ ଅଭିଯୁକ୍ତ ଙ୍କ ପରିବାର ଲୋକେ ବିଭିନ୍ନ ମାରଣାସ୍ତ୍ର ଧରି ପୀଡ଼ିତା ଙ୍କ ଘରକୁ ଯାଇ କୋର୍ଟ ରେ ସାକ୍ଷ୍ୟ ପ୍ରଦାନ କଲେ ନାବାଳିକା ଙ୍କ ବାପା ସରୋଜ ଦାସ ଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।