ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଆସିକା (ୱାଇଏନ୍‍ଏସ୍‍) ଆସିକା ବ୍ଳକ ଅଧୀନସ୍ଥ ଭେଟନଇ ଗ୍ରାମ ପଞ୍ଚାୟତର ଦାସନାପଲ୍ଲୀ ଗ୍ରାମରେ ରବିବାର ଠାରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀ ଶ୍ରୀ ରାମଭକ୍ତ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପ୍ରତିଷ୍ଠା ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି। ଏହି ଅବସରରେ ଦାସନାପଲ୍ଲୀ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ଗ୍ରାମର ପୂଜାର୍ଚ୍ଚନା ସାରି ଶଙ୍ଖ ଧ୍ୱନୀ ଓ ଘଣ୍ଟ ମୃଦଙ୍ଗର ତାଳେ ତାଳେ ଏକ ବିଶାଳ କଳସ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ନବନିର୍ମିତ ଶ୍ରୀ ଶ୍ରୀ ରାମଭକ୍ତ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସ୍ଥଳରେ ପହଞ୍ଚିବା ପରେ ବିଧିବିଧାନ ଅନୂଯାୟୀ ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ସମଗ୍ର ଦାସନାପଲ୍ଲୀ ଗ୍ରାମ ଆଧ୍ୟାତ୍ମିକମୟ ହୋଇ ଉଠିଥିଲା ବେଳେ ବିଦ୍ୱାନ ପଣ୍ଡିତ ତଥା କର୍ମକାଣ୍ଡ ବାଚଷ୍ପତି ପଣ୍ଡିତ ସମ୍ରାଟ ଗତିକୃଷ୍ଣ ମିଶ୍ର ଶର୍ମାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସହଯୋଗୀ ପଣ୍ଡିତ ରଂଜିତ୍‍ କୁମାର ଦାଶ ଶର୍ମା, ପିତାମ୍ବର ରଥ ଶର୍ମା, ଦେବାଶିଷ ରଥ, ଚନ୍ଦ୍ରଶେଖର ଦାଶ, ଚନ୍ଦ୍ରଶେଖର ପ୍ରହରାଜ, ନିଳାଞ୍ଚଳ ମିଶ୍ର, ଗ୍ରାମ ପୁରୋହିତ ଶରତ ଚନ୍ଦ୍ର ପାଢୀ ପ୍ରମୁଖଙ୍କ ମନ୍ତ୍ରୋଚାରଣରେ ଗ୍ରାମ୍ୟ ପରିବେଶ ପ୍ରକମ୍ପିତ ହୋଇପଡୁଥିବା ଲକ୍ଷ୍ୟ କରାଯାଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ବରିଷ୍ଠ ଆଧ୍ୟାତ୍ମିକପ୍ରେମୀ ରାମଚନ୍ଦ୍ର ସ୍ୱାଇଁ ଓ ତାଙ୍କ ପତ୍ନୀ ଶାନ୍ତି ସ୍ୱାଇଁ ଏବଂ କୃଷ୍ଣ ରାଉତ ଏବଂ ତାଙ୍କ ପତ୍ନୀ ନୟନି ରାଉତ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ଅନ୍ତର୍ଗତ ଦାସନାପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ରାମଭକ୍ତ ହନୁମାନ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପବିତ୍ର ଧର୍ମୀୟ ଭାବନାରେ ସାମାଜିକ, ସାଂସ୍କୃତିକ ଓ ଭାଇଚାରାର ଐକ୍ୟ ଚେତନାକୁ ସମୃଦ୍ଧଶାଳୀ କରିବା ଲକ୍ଷ୍ୟରେ ସମଗ୍ର ଦାସନାପଲ୍ଲୀ ଗ୍ରାମବାସୀ ବେଶ୍ ଉତ୍ସାହିତ ହୋଇପଡିଥିବା ଲକ୍ଷ୍ୟ କରାଯାଉଛି। ଏହି ଅବସରରେ ସମଗ୍ର ଦାସନାପଲ୍ଲୀ ଗ୍ରାମ ଉତ୍ସବ ମୁଖର ହୋଇପଡିଥିଲା ବେଳେ ଝିଲମିଲ ଆଲୋକ ମାଳାରେ ସମ୍ପୂର୍ଣ୍ଣ ଗ୍ରାମ ସନ୍ଧ୍ୟା ସମୟରେ ଝଲସି ଉଠୁଥିବା ଲକ୍ଷ୍ୟ କରାଯାଇଛି। ଶ୍ରୀ ଶ୍ରୀ ରାମଭକ୍ତ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅବସରରେ କଳସଯାତ୍ରା, ଦୀକ୍ଷାଗ୍ରହଣ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଟିତ ହୋଇଥିଲା ବେଳେ ଆସନ୍ତାକାଲି ଠାରୁ ବନଯାଗ କର୍ମାରମ୍ଭ, ସାଲାସଂସ୍କାର, ବ୍ରାହ୍ମଣ ବରଣ, ଅଗ୍ନିସ୍ଥାପନ, ନାମଯଜ୍ଞ ଆରମ୍ଭ ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ ହେବ ବୋଲି ଜଣାପଡିଛି । ଆସିକା ବ୍ଳକ ଅଧୀନସ୍ଥ ଭେଟନଇ ଗ୍ରାମ ପଞ୍ଚାୟତର ଦାସନାପଲ୍ଲୀ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିବା ଶ୍ରୀ ଶ୍ରୀ ରାମଭକ୍ତ ହନୁମାନ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ଓ ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶ୍ରଦ୍ଧାଳୁ ଭକ୍ତ ତଥା ଗ୍ରାମ୍ୟ କମିଟି ସଭାପତି ବାମଦେବ ପରିଡା, ଆଧ୍ୟାତ୍ମିକପ୍ରେମୀ ଟୁକୁନା ପରିଡା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଶିବରାମ ନାହାକ, ନବଘନ ନାହାକ,ମଦନ ନାହାକ, ଦିବ୍ୟ ନାହାକ, ଅଶୋକ ସ୍ୱାଇଁ, ସନ୍ତୋଷ ନାହାକ, ସଦାନନ୍ଦ ସ୍ୱାଇଁ, ପିତବାସ ନାହାକ, ଆକୁଳ ନାହାକ, କୃଷ୍ଣଚନ୍ଦ୍ର ରାଉତ, କାହ୍ନୁଚରଣ ଜେନା, ଉପେନ୍ଦ୍ର ନାହାକ, ହରେକୃଷ୍ଣ ନାହାକ, ଆକାଶ ବିଶ୍ୱାଳଙ୍କ ସମେତ ଗ୍ରାମବାସୀ ଓ ଯୁବଗୋଷ୍ଟୀ ସକ୍ରିୟ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଇଛି। ଦାସନାପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ରାମଭକ୍ତ ହନୁମାନ ମନ୍ଦିରର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ସହ ଆରମ୍ଭ ହୋଇଯାଇଛି ମନ୍ଦିର ପ୍ରତିଷ୍ଠା ମହୋତ୍ସବ । ଭକ୍ତିଭାବରେ ସମଗ୍ର ଗ୍ରାମ ଉତ୍ସବମୁଖର ହୋଇପଡିଥିଲା ବେଳେ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ନେଇ ଉତ୍କଣ୍ଠା ଓ ଭାବାବେଗ ଅବର୍ଣ୍ଣନନୀୟ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ