ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କର ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିଦର୍ଶନ

ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲା ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ଓ ସଦସ୍ୟସଦସ୍ୟାବୃନ୍ଦ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀଙ୍କ ନିମନ୍ତ୍ରଣ କ୍ରମେ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ବିଶ୍ୱବିଦ୍ୟାଳୟ ତରଫରୁ ଯୋଗାଇଦିଆଯାଇଥିବା ବସ୍‌ରେ ସଂଘର କାର୍ଯ୍ୟାଳୟ ଠାରୁ କର୍ମକର୍ତ୍ତାଙ୍କ ଗହଣରେ ୪୫ଜଣ ସଦସ୍ୟ ସଦସ୍ୟା ନୂଆପାଢ଼ୀସ୍ଥିତ ବିଶ୍ୱବିଦ୍ୟାଳୟର ଆକର୍ଷଣୀୟ ପରିବେଶ, ସୁଶୃଙ୍ଖଳିତ ଓ ସୁନିୟନ୍ତ୍ରିତ ବ୍ୟବସ୍ଥା ଅନୁଧ୍ୟାନ କରିବା ସହିତ ବିଭିନ୍ନ ଅଡିଟୋରିୟମ୍‌, ପ୍ରତିଭାବାନ ବ୍ୟକ୍ତିଙ୍କର ପ୍ରତିମୂର୍ତ୍ତି, ଧାନ, ପାନ ଓ ମୀନର ସ୍ମାରକୀ, ବାଲେଶ୍ୱର ଜିଲ୍ଲା କଳା, ସଂସ୍କୃତିର ବିଭିନ୍ନ ନିଦର୍ଶନକୁ ଦର୍ଶନ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଦୂରଦୃଷ୍ଟିସମ୍ପନ୍ନ ଓ ଅମାୟିକ ବ୍ୟବହାରକୁ ଭୂୟସୀ ପ୍ରଶଂସା କରିଥିଲେ। ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଠାରୁ ଫକୀରମୋହନ ବିଶ୍ୱବିଦ୍ୟାଳୟ ଉନ୍ନତମାନ ଅବସ୍ଥାରେ ଥିବାରୁ ସମସ୍ତେ ସନ୍ତୋଷ ପ୍ରକାଶ କରିଥିଲେ। ଏହି ପ୍ରତିନିଧି ଦଳରେ ଅଧ୍ୟକ୍ଷ ଇଂ. ବନମାଳୀ ନାୟକ, ଉପାଧ୍ୟକ୍ଷ ସୁଦର୍ଶନ ଦାସ, ଦେବେନ୍ଦ୍ର ଚୌଧୁରୀ, ବାସନ୍ତୀ ପାଣି, ସାଧାରଣ ସମ୍ପାଦକ ଦାମୋଦର ନାୟକ, ସଂଗଠନ ସମ୍ପାଦକ ସଞ୍ଜୟ କୁମାର ପଣ୍ଡା, ସାଂସ୍କୃତିକ ସଂପାଦକ ଭାଗବତ ଦଳାଇ, ଯୁଗ୍ମ ସମ୍ପାଦିକା ସୁଶ୍ରୀ ସାବିତ୍ରୀ ଦାସ, ଉପଦେଷ୍ଟା ବସନ୍ତ ନାୟକ, ଜ୍ଞାନେନ୍ଦ୍ର ସାହୁ, ପୁଷ୍ପଲତା ମହାନ୍ତିଙ୍କ ସହିତ ଜ୍ୟୋତ୍ସ୍ନା ରାୟ, କଲ୍ୟାଣୀ ନନ୍ଦ, ଗୀତାଞ୍ଜଳି ଶତପଥୀ, ଦିଲ୍ଲୀପ ଚକ୍ରବର୍ତ୍ତୀ, ଡ. ଭାଗବତ ଦାସ, ଅଜୟ ନାୟକ, ଯୋଗେନ୍ଦ୍ର ସିଂ, ପ୍ରଣିତା ମିଶ୍ର, ନୀଳିମା ପାତ୍ର, ତପନ ପଣ୍ଡା, ରବିନାରାୟଣ ପାତ୍ର, ଅନନ୍ତ ଦାସ, ଭବେଶ ପଣ୍ଡା, ସେକ୍ ଆଲ୍ଲାଉଦ୍ଦିନ୍‌, ସଞ୍ଜୟ ପଣ୍ଡା, ସୁରେନ୍ଦ୍ର ନାୟକ, ରବିନାରାୟଣ ବେହେରା, ନିଆସି ଚରଣ ଜେନା ପ୍ରମୁଖ ସଦସ୍ୟ ସଦସ୍ୟା ପରିଦର୍ଶନ କରିଥିଲେ। କୁଳପତିଙ୍କୁ ସଂଘ ତରଫରୁ ବିଭିନ୍ନ ମୂଲ୍ୟବାନ ଫଳ ଓ ଫୁଲଗଛ ଚାରା ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶ୍ୱବିଦ୍ୟାଳୟର ଯୁବ ପ୍ରଫେସର ଅସୀମ ଅମିତାଭ ପ୍ରଧାନ ଓ ପ୍ରଫେସର ଶିଖାଶ୍ରୀ ରାୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ