ନବନିର୍ମାଣ କୃଷକ ସଂଗଠନର ସାଙ୍ଗଠନିକ ବୈଠକ

ନାଉଗାଁ(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅବଦଲପୁର ଗ୍ରାମର ଅମରନାଥ ମନ୍ଦିର ପ୍ରାଙ୍ଗଣରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ଏକ ବ୍ଲକସ୍ତରୀୟ ସାଙ୍ଗଠନିକ ବୈଠକ ଜିଲ୍ଲା ସଂଯୋଜକ ଅଶୋକ ସ୍ୱାଇଁଙ୍କ ନେତୃତ୍ୱରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଚାଷୀ ନବକିଶୋର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ,ସହସଂଯୋଜକ ରଶ୍ମୀରଂଜନ ସ୍ୱାଇଁ, ରାଜ୍ୟ ଯୁବ ଛାତ୍ର ସଂଗଠନର ସଂଯୋଜକ ମନ୍ୱର ଅଲ୍ଲୀ, ରାଜ୍ୟ କମିଟି ସଦସ୍ୟ ଦେବୀ ପ୍ରସାଦ ମହାରଣା,ବାଲିକୁଦା ବ୍ଲକ ସଂଯୋଜକ ରଘୁନାଥ ନାୟ,ଜଗତସିଂହପୁର ବ୍ଲକ ସଂଯୋଜକ ପ୍ରମୋଦ ଦାସ, ଡାକ୍ତର ବିନୋଦ ବିହାରୀ ବେଉରା ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ଚାଷୀ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପ୍ରାପ୍ତି, ଚାଷୀଙ୍କୁ ମାସକୁ ପାଂଚ ହଜାର ଟଙ୍କା ସୁରକ୍ଷା ଭତା, ଚାଷୀଙ୍କୁ ସମ୍ମାନ, ଚାଷ ପାଇଁ ସୁଦୃଢ ଭିତିଭୂମି, ଚାଷକୁ ମାଗଣା ବିଜୁଳି ପ୍ରଦାନ, ବନ୍ୟ ପ୍ରାଣୀଙ୍କ ଠାରୁ ଚାଷକୁ ସୁରକ୍ଷା ପ୍ରଦାନ, କୃଷିଭିତିକ ଶିଳ୍ପ ସ୍ଥାପନ, ଗରିବୀ, ଦାଦନ , ବେରୋଜଗାରୀ ଦୂରୀକରଣ, ସମସ୍ତଙ୍କୁ ଶିକ୍ଷା,ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ମାଗଣା, ନିଶା ମୁକ୍ତ, ସମୃଦ୍ଧ ଓଡିଶା ଗଠନ ଆଦି ଦାବି ଗୁଡିକ ପୂରଣ ନିମନ୍ତେ ଜନସାଧାରଣ ଦଳମତ ନିର୍ବିଶେଷରେ ନବନିର୍ମାଣ କୃଷକ ସଂଗଠନ ସହ ଯୋଡି ହେବା ପାଇଁ ନାଉଗାଁ ବ୍ଲକର ୧୬ଟି ପଂଚାୟତର ଚାଷୀ ନେତୃତ୍ୱମାନେ ବୈଠକରେ ଯୋଗ ଦେଇ ସଂକଳ୍ପ ନେଇଥିଲେ। ଆଗାମୀ ଦିନରେ ଏକ ବଡ ଚାଷୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବାକୁ ଅକ୍ଷୟ କୁମାର ଉପସ୍ଥିତ ଚାଷୀ ନେତୃତ୍ୱମାନଙ୍କୁ ଆହ୍ୱାନ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ