ବନ୍ତରେ ବିଜେପିର ସାଙ୍ଗଠନିକ ବୈଠକ

ବନ୍ତ,(ଚାନ୍ଦିନୀ ମହାନ୍ତି): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧ ବର୍ଷ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରଙ୍କ ୧ ବର୍ଷ ପୂର୍ତ୍ତକୁ ସ୍ମରଣୀୟ କରାଯିବା ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବନ୍ତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାଙ୍ଗଠନିକ ବୈଠକକୁ ମଣ୍ଡଳ ସଭାପତି ସନ୍ତୋଷ ନାୟକ ସଞ୍ଚାଳନ କରିଥିଲେ । ଏଥିରେ ଭଣ୍ଡାରିପୋଖରୀ ବିଧାନସଭା ନେତା ଡ.ସୁଧାଶୁଂ ଶେଖର ନାୟକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲାଭାର୍ଥୀ ଯୋଜନାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ସହ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ଘରେ ଘରେ ଲିଫ୍‌ଲେଟ୍ ବଣ୍ଟନ ସହ ପଥପ୍ରାନ୍ତ ସଭାର ଆୟୋଜନ କରାଯିବ ବୋଲି ସେ କହିଥିଲେ । ମଣ୍ଡଳ ପର୍ଯ୍ୟବେକ୍ଷକ ବରିଷ୍ଠ ନେତା ଅଜୟ ନାୟକ ରାଜ୍ୟରେ ଚାଲିଥିବା ଲୋକଙ୍କ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ୍ଷ ଭାବେ ଅନେକ ସମସ୍ୟାର ସମାଧାନ କରୁଥୁବା ବେଳେ ସରକାରଙ୍କ ଉଲ୍ଲେଖନୀୟ ସଫଳତା ଲୋକମାନଙ୍କୁ ଅବଗତ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝା, କୃପାସିନ୍ଧୁ ସେଠୀ, ଭାଗିରଥୀ ସେଠୀ,ବରିଷ୍ଠ ନେତା କମଳାକାନ୍ତ ସାହୁ, ନାରୀନେତ୍ରୀ ରିତାରାଣୀ ବେହେରା, ପ୍ରସନ୍ନ ଗିରି, ସୁଧିର ନାୟକ, ମାଧବାନନ୍ଦ ଦାସ, ସନାତନ ସାହୁ, ଗୟାଧର ରାଉତ୍‌, ରମେଶ ପହି, ବାସୁଦେବ ଜେନା, ଉମାକାନ୍ତ ନାୟକ, ଦୀପକ ଗିରି ପ୍ରମୁଖ ପୂର୍ତ୍ତି ଉତ୍ସବକୁ ସ୍ମରଣୀୟ କରାଯିବା ନେଇ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ୮ ଗୋଟି ପଞ୍ଚାୟତର ସଭାପତିଙ୍କ ସମେତ କର୍ମୀ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଭାରତମାତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ‘ବନ୍ଦେ ମାତରମ୍‌’ ଗାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ