ଜନଶୁଣାଣୀ ଶିବିର ଅନୁଷ୍ଠିତ
ଭୋଗରାଇ (ସରୋଜ ପଣ୍ଡା): ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବାଲେଶ୍ଵର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ୟଵଂଶି ମୟୂର ବିକାଶ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜ ପ୍ରସାଦଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ ସିଂହ ,ଅତିରିକ୍ତ କାର୍ଯ୍ୟର୍ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଡ. ମଧୁସ୍ମିତା ସାମନ୍ତରାୟ, ଉପ ଜିଲ୍ଲାପାଳ ବାଲେଶ୍ଵର ଶ୍ରୀଯୁକ୍ତ ପ୍ରଥମେଶ ଅରବିନ୍ଦ ରାଜେସିର୍କେ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରି ଡ଼. କିଶୋର କୁମାର ଆଚାର୍ଯ୍ୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଏସ.କେ. ନାୟକ ପ୍ରମୁଖଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ବିଭିନ୍ନ(ପ୍ରଶାସନ ଓ ପୋଲିସ)ବିଭାଗୀୟ ପଦାଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୋଗରାଇ ବ୍ଲକ ଅଧିନସ୍ଥ ସମସ୍ତ ଗ୍ରାମ ପଞ୍ଚୟତରୁ ୧୧୩ ଜଣ ଅଭିଯୋଗକାରୀ ନିଜ ନିଜର ନାମ ପଞ୍ଜିକରଣ କରି ଅଭିଯୋଗ ଫର୍ଦ୍ଦ ଉପସ୍ଥାପନ କରି ଥିଲେ । ଏଥିରେ ୧୦୦ ଗୋଟି ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା,ପି. ଏମ.ଆବାସ ଗୃହ ଯୋଜନା ରାସନ କାର୍ଡ,ସ୍ୱାସ୍ଥ୍ୟ,ବିଦ୍ୟୁତ୍, ରାସ୍ତା,ପାନୀୟ ଜଳ,ଡ୍ରେନେଜ୍, ଦିବ୍ୟଙ୍ଗ ଭତ୍ତା ,ଆଇନ ସମ୍ପର୍କିତ ହୋଇଥିବା ବେଳେ ୧୧ ଗୋଟି ରାସ୍ତା ଘାଟ,ବିଦ୍ୟୁତ୍ ସମସ୍ୟା,ଆଇନ ଶୃଙ୍ଖଳା,ସ୍ୱାସ୍ଥ୍ୟ ସେବା,ଅଙ୍ଗନୱାଡ଼ି,ଡ୍ରେନେଜ ସମସ୍ୟା ଭଳି ସାମୁହିକ ଅଭିଯୋଗ ଏବଂ ୨ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ନିବେଦନ ପତ୍ର ମିଳିଥିଲା।ଉକ୍ତ ଶିବିରରେ ୧୨ ଗୋଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଏହି ଶିବିରରେ ଜିଲ୍ଲାର ବିଭିନ୍ନ(ପ୍ରଶାସନ ଓ ପୋଲିସର)ବିଭାଗୀୟ ପଦାଧିକାରୀ ,ଗଣମାଧ୍ୟମର ପ୍ରତିନିଧିଗଣ ସମେତ ବିଭିନ୍ନ ଗ୍ରା.ପଂ. ରୁ ଆସିଥିବା ସାଧାରଣ ଜନତା (ଅଭିଯୋଗକାରୀ)ଯୋଗ ଦେଇଥିଲେ।