ଭାରସାମ୍ୟ ହରାଇ ଗଛକୁ ପିଟିଲା ହାଇଓ୍ବା
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଓ କଲ୍ୟାଣସିଂହପୁର ୫୬ ନମ୍ବର ରାଜ୍ୟ ରାଜପଥ ରେ ଏକ ହାଇବା ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇ ଅଳ୍ପକେ ଵର୍ତ୍ତିଗଲେ। କଲ୍ୟାଣସିଂହପୁର ସୀମାନ୍ତ କୋଲନରା ବ୍ଲକ ଗାଡ଼ିଶେଷଖାଲ ପଞ୍ଚାୟତ କଲଟିଗୁଡା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସକାଳୁ ସକାଳୁ ବର୍ଷା ଲାଗି ରହିଥିବାରୁ ଏଭଳି ଘଟଣା ଘଟିଛି ବୋଲି ଅଞ୍ଚଳ ବାସି ପ୍ରକାଶ କରିଛନ୍ତି। ଘଟଣା ଘଟିବା ପରେ ସ୍ଥାନୀୟ ଯୁବକ ମାନଙ୍କ ଦ୍ୱାରା ଡ୍ରାଇଭର ହେଲପର ଉଦ୍ଧାରକରି ଡାକ୍ତର ଖାନା ପଠେଇ ଥିଲେ। ଦୁର୍ଘଟଣାଗ୍ରସ୍ତ ହାଇବା ଚୁରମାର ହୋଇଥିବା ଦେଖିବାକୁ ମିଳିଛି। ଚାନ୍ଦିଲି ପୋଲିସ ତଦନ୍ତ କରୁଥିବା ଜଣା ପଡିଛି।