ଭାଗବାନପୁର ପଞ୍ଚାୟତରେ ବିକାଶ ବାହନ ରଥ
ବୁଗୁଡା,(ଅନୀଲ କୁମାର ମହାରଣା) : ସରକାରଙ୍କ ଏକ ବର୍ଷର ବିକାଶ କାର୍ଡର ପ୍ରଚାର ପାଇଁ ତୃତୀୟ ଦିବସରେ ବୁଗୁଡା ବ୍ଲକର ଭାଗବାନପୁର ପାଞ୍ଚାୟତରେ ଜୁନ ୧୪ ତାରିଖ ଦିନ ବିକାଶ ବାହନ ରଥ ପରିକ୍ରମା କରିଥିଲା। ବୁଗୁଡା ବ୍ଲକର ବିଡ଼ିଓ ଧର୍ମରାଜ ପରିଡାଙ୍କ ତତ୍ତ୍ୱାବଧାନରେ ବିକାଶ ବାହାନ ରଥ ଭାଗବାନପୁର ପଞ୍ଚାୟତର ସମସ୍ତ ଗ୍ରାମରେ ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ଭାଗବାନପୁର ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ, ସମିତି ମେମ୍ବର ଅଲେଖ ନାୟକ, ଜିପିଓ ଲଛମନ କହଁର, ପିଇଓ କୈଳାଶ ଚନ୍ଦ୍ର ମଲ୍ଲିକଙ୍କ ସମେତ ୱାଡ ମେମ୍ବର ଓ ଗ୍ରାମବାସୀମାନେ ଯୋଗଦେଇଥିଲେ। ପ୍ରତ୍ୟେକ ଗ୍ରାମରେ ମହିଳାମାନେ ପୁର୍ଣ୍ଣକୁମ୍ଭ ବାଢି, ହୁଳହୁଳି ଦେଇ ବନ୍ଦାପନା କରି ବିକାଶ ବାହନ ରଥକୁ ସ୍ୱାଗତ କରିଥିଲେ। ଏହି ଅବସରରେ ସରକାରଙ୍କ ବିଭିନ୍ନ ବିକାଶ କାର୍ଯ୍ୟ ଓ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା।