ଶ୍ରଦ୍ଧାଞ୍ଜଳି ଜଣାଇଲା ରାଜଧାନୀ ସଂଗ୍ରାମୀ ସେବାସଙ୍ଘ

ଭୁବନେଶ୍ୱର(ଓ୍ବାଇଏନଏସ): ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରିଛି ସେବାସଙ୍ଘ । ପ୍ରାଣ ହରାଇଥିବା ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ମହମବତୀ ପ୍ରଦାନ କରି ଭାବପୁର୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛି ଏହି ସଙ୍ଘ । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ କହିଥଲେ ଯେ ଏହି ମର୍ମନ୍ତୁସ ଦୁର୍ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଢ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଏଭଳି ଘଟଣା ପୁନରାବୃତ୍ତି ନହେଉ ଏ ପ୍ରତି ସରକାର ଦୃଷ୍ଟି ରଖିବେ ବୋଲି କହିଥଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପ୍ରତାପ ସାହୁ , ଡେଜି ଶତପଥୀ, ମାନସ ବସ୍ତିଆ, ତନ୍ମୟ ସାମନ୍ତରାୟ, ମାନସ ସାହୁ, ସୁଶାନ୍ତ ମହାକୁଡ଼, ସାମ୍ବାଦିକ ସତ୍ୟଜିତ ମହାପାତ୍ର,ନଳିନୀ ନିହାର ନାୟକ, ପ୍ରଦ୍ୟୁମ୍ନ ଦାସ, ରାଜ କୁମାର, ରାଜୀବ ମିଶ୍ର, ସାର୍ଥକ ମହାପାତ୍ର, ଡନାର୍ଦନ ସାହୁ, ସତ୍ୟ ମିଶ୍ର, ବିକାଶ ବେହେରା ଓ ସେବାସଙ୍ଘ ସଭାପତି ଧୀରେନ ଶଙ୍କର ଦାସ ସମେତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବାପୁ ଓଝା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ