ଲୋକଙ୍କ ସମସ୍ୟା ଦୂର ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଗାଁ ବୁଲାଇଲେ ବିଧାୟକ

ହାଟଡିହି(ବିକାଶ ବିଶ୍ବାଳ):  ହାଟଡିହି ବ୍ଲକର ଉପାନ୍ତ ଅଞ୍ଚଳ ଭାବେ ପରିଚିତ କେ ବାଲି ପାଳ ପଞ୍ଚାୟତ ବାସୀ ମୌଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ହେଉଛନ୍ତି। ଯାହାକୁ ନେଇ ବାରମ୍ବାର ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ଲୋକଙ୍କ ପାଖରେ ପହଞ୍ଚିଥିଲେ। ଆଜି ବିଧାୟକ ଙ୍କ ସହିତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ହାଟଡିହି ତହସିଲଦାର  ଶିବବ୍ରତ ତ୍ରିପାଠୀ ,ସହକାରୀ ବନ ସରକ୍ଷଜ ଶ୍ରୀ ଅଶୋକ କୁମାର ବିଶ୍ବାଳ, ବନାଞ୍ଚଲ୍ ଅଧିକାରୀ ଶ୍ରୀ ମାର୍ଶାଲ କିସ୍କୁ, ବନପାଳ ଶ୍ରୀ ମଳୟ ସାହୂ,,ରଜସ୍ଵ ବିଭାଗ ସୁପରଭାଇଯର,ରାଜସ୍ବ ନୀରିକ୍ଷକ ଓ ବିଦ୍ୟୁତ୍ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ   ଅଶ୍ଵିନୀ କୁମାର  ମହନ୍ତ, ସଢା ପଞ୍ଚାୟତର ସମିତି ସଭ୍ୟ ଶ୍ରୀକାନ୍ତ ନାୟକ ପ୍ରମୁଖ ଏହି ପଞ୍ଚାୟତର କେ ବାଲିପାଳ, ମୟୂରନଚା, ଓ ଭଅଁରରା  ଆଦି ଗ୍ରାମ ବୁଲିବା ସହିତ ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିଥିଲେ। ବିଶେଷ କରି ଏହି ଗ୍ରାମ ଗୁଡିକରେ ରାସ୍ତା, ବିଦ୍ୟୁତ୍, ପାନୀୟଜଳ, ଘରବାଡ଼ି ପଟ୍ଟା, ଆବାସ ଯୋଜନା ଆଦି ମୌଳିକ ସମସ୍ୟା ସମ୍ପର୍କ ରେ ଲୋକମାନେ ଅଧିକାରୀ ମାନଙ୍କୁ ବୁଝାଇଥିଲେ। ପରେ  ବାଲିପାଳ ଠାରେ ଆର୍ ସି ଡ଼ି ସି ଅନୁଷ୍ଠାନର ପରିଚାଳକ ଆନନ୍ଦ ସେଠୀଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଗ୍ରାମବାସୀଙ୍କ ତରଫରୁ ବୁଦ୍ଧିରାମ ପୂର୍ତ୍ତି , ସୁନାରାମ୍ ପୂର୍ତ୍ତି ଗ୍ରାମ ଗୁଡିକରେ କଣ କଣ ଅସୁବିଧା କଣ ଅଛି ଓ କଣ କଣ ହେବାକଥା ତାହାର ପୁଙ୍ଖାନୁପୁଙ୍ଖ ଆଲୋଚନା  କରିଥିଲେ। ତହସିଲଦାର ଶ୍ରୀଯୁକ୍ତ ତ୍ରୀପାଠୀ ସମସ୍ତ ଭୂମିହୀନଙ୍କୁ ପଟ୍ଟା ପାଇଁ କେତେଦୂର କଣ ଅଗ୍ରଗତି ଘଟିଛି ତାହା ଉପସ୍ଥାପନ କରିଥିଲେ। ବିଦ୍ୟୁତ ବିଭାଗ ଯନ୍ତ୍ରୀଅଶ୍ଵିନୀ କୁମାର  ମହନ୍ତ ନିଜ ବିଭାଗ ଦ୍ଵାରା ଏହି ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ କିପରି ହୋଇପାରିବ ସେଥି ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ କଣ ହୋଇଛି ଓ ଆଗକୁ କେଉଁ କେଉଁ ଗାଁକୁ ବିଦ୍ୟୁତ୍ ଯୋଗାଇ ହେବ ତାହା ଦର୍ଶାଇଥିଲେ।  ଏହି ଅଞ୍ଚଳ ହଦଗଡ଼ ଅଭୟାରଣ୍ୟ ମଧ୍ୟରେ ଥିବାରୁ ଅଭୟାରଣ୍ୟର ସୁରକ୍ଷା ପ୍ରତି ଜନସାଧାରଣଙ୍କ ସହଯୋଗ କାମନା କରି ଆଇନ ପରିସର ମଧ୍ୟରେ ଜନକଲ୍ୟାଣ ମୂଳକ କାମ ଯଥା ରାସ୍ତା ନିର୍ମାଣ, ବିଦ୍ୟୁତ୍ କରଣ, ପାନୀୟ ଜଳ ଯୋଗାଣ ଇତ୍ୟାଦିକୁ ଫଳପ୍ରଦ ପାଇଁ ସହଯୋଗ କରିବେ ବୋଲି କହିଥିଲେ। ଶେଷରେ ମାନ୍ୟବର ବିଧାୟକ  ଗ୍ରାମବାସସୀ ମାନଙ୍କୁ ସେମାନଙ୍କ ସମସ୍ୟା ଗୁଡ଼ିକ କିପରି ଅତିଷୀଘ୍ର ସମାଧାନ ହୋଇ ପାରିବ ତାହା ଳୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଆଗାମୀ ଦିନରେ ସବୁ ବିଭାଗ ର ଅଧିକାରୀ ମନଙ୍କୁ ସାଥିରେ ନେଇ ମଲିପଶି ଓ ସରମୁଣ୍ଡି ଗ୍ରାମ ପରିଦର୍ଶନ ପାଇଁ ବିଧାୟକ ସୂଚନା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ