ପରିବାର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ
ଯୋଡା,(ୱାଇ ଏନ ଏସ)କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ଜୁରୁଡ଼ି କେ ଏମ ସି ଗଣେଶ ମନ୍ଦିର ନିକଟସ୍ତ ହଟିଙ୍ଗ ର ଏକ ପରିବାର ର ସଦସ୍ୟ ଙ୍କୁ କିଛି ଦୃର୍ବୁତ୍ତ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗ ଅନୁଯାୟୀ,କୁଳମଣି ପାତ୍ର ଙ୍କ ଘର ସମ୍ମୁଖରେ ଶୁକ୍ରବାର ରାତିରେ କିଛି ଯୁବକ ନିଶା କାରବାର କରୁଥିବାରୁ ଏହାକୁ ଦେଖି ପରିବାର ଲୋକେ ମନା କରି ଥିଲେ ।ତେବେ ଏହାକୁ କେନ୍ଦ୍ର କରି କଳହ ହୋଇଥିଲା ।ଶନିବାର ସକାଳ ୮ ଘଟିକା ସମୟରେ ନିକଟ ହଟିଙ୍ଗ ର ପ୍ରାୟ ୨୦ ରୁ ୨୨ ଜଣ ଯୁବକ ସଂଗ ବଦ୍ଧ ହୋଇ କୁଳମଣି ଓ ତାଙ୍କ ପରିବାର ର ସଦସ୍ୟ ଙ୍କୁ ଠେଙ୍ଗା,ଭୁଜାଲି, ଛୁରୀ,ଓ ପଥର ରେ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିଲେ ।ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ପ୍ରଥମେ କମାର ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ ।ସେଠାରେ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କେନ୍ଦୁଝର ଡାକ୍ତର ଖାନା ସ୍ଥାନାନ୍ତର କରାଯାଇଥିବା ଡାକ୍ତର ଖାନ। ସୂତ୍ରରୁ ଜଣାପଡିଛି ।ତେବେ ଏ ନେଇ ବ।ମେ ବାରି ଥାନାରେ ଅଭିଯୋଗ ହୋଇଥିବା ଆଇ ଆଇ ସି ଜୋସ୍ କେତନ ଭୋଇ କହିଛନ୍ତି ।