ଶ୍ରୀବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନର ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :ଜିଲ୍ଲାର ପ୍ରତିଷ୍ଠିତ ସାଂସ୍କୃତିକ ଶିକ୍ଷାନୁଷ୍ଠାନ ଆଇନ କଲେଜ କଲୋନୀ ସ୍ଥିତ ଶ୍ରୀବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନର ତ୍ରୟୋବିଂଶତମ ବାର୍ଷିକ ଉତ୍ସବ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ ହୋଇଯାଇଛି। ଦିବସ ବ୍ୟାପି ଆୟୋଜିତ ଏହି ଉତ୍ସବର ଉଦ୍ଘାଟନୀ ପର୍ବ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅଜୟ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା। ଉତ୍ସବକୁ ମୁଖ୍ୟ ଅତିଥି ରୂପେ ପାଟକୁରାର ଯୁବ ବିଧାୟକ ଅରବିନ୍ଦ ମହାପାତ୍ର ଉଦ୍ଘାଟନ କରିଥିବା ବେଳେ ଡେରାବିଶ ବିଡିଓ ନମିତା ବାରିକ ମୁଖ୍ୟବକ୍ତା ଭାବେ ପୂର୍ଣ୍ଣାଙ୍ଗ ମଣିଷ ଗଠନରେ କଳା ସଂସ୍କୃତିର ଉପଯୋଗିତା ବିଷୟରେ କହିଥିଲେ। ପ୍ରାଧ୍ୟାପକ ଦିଲ୍ଲୀପ କୁମାର ମିଶ୍ର, ଅଧ୍ୟାପିକା ଜୟଶ୍ରୀ ଜେନା ଏଥିରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ପାଦକ ମହେନ୍ଦ୍ର କୁମାର ପଟ୍ଟନାୟକ ଅନୁଷ୍ଠାନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରାଧ୍ୟାପକ ମୋହନ ଜେନାଙ୍କ ଚତୁର୍ଦ୍ଦଶ ପୁସ୍ତକ “ମୋହନ ବଂଶୀ” ଉନ୍ମୋଚିତ ହୋଇଥିଲା। ପରେ ପରେ ଓଡିଶୀ ନାଚ, ଓଡିଶୀ ସଂଗୀତ, ତବଲା ବାଦନ, ଚିତ୍ରକଳା, ବକ୍ତ୍ରୁତା ଆଦି ବିଭାଗରେ ଜିଲ୍ଲାର ବିଭିନ୍ନ କଳା ସଂସ୍କୃତି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାକୁ ସଂଗୀତଜ୍ଞ ରାଜେନ୍ଦ୍ର କୁମାର ସ୍ୱାଇଁ, ପ୍ରାଧ୍ୟାପକ ପ୍ରଭାକର ମଲ୍ଲିକ, ନ୍ରୁତ୍ୟଗୁରୁ ଜୟଶ୍ରୀ ଦାସ, ନ୍ରୁସିଂହ ଚରଣ ମହାରଣା, ରଞ୍ଜନ କୁମାର ସାହୁ ପ୍ରମୁଖ ମୂଲ୍ୟାୟନ କରିଥିଲେ। ଅପରାହ୍ଣରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ପ୍ରାଧ୍ୟାପକ ମୋହନ ଚରଣ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଓଡିଶୀ ନ୍ରୁତ୍ୟଗୁରୁ ରାଜଶ୍ରୀ ଚିନ୍ତକ ବେହେରା ମୁଖ୍ୟ ଅତିଥି, ସଂଗୀତ ନିର୍ଦ୍ଦେଶକ ଶରତ କୁମାର ନାୟକ ମୁଖ୍ୟବକ୍ତା ଓ ତବଲା ଗୁରୁ ସମୀରଞ୍ଜନ ଦାସ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବ୍ୟକ୍ତି, ଗୋଷ୍ଠୀ ତଥା ଦେଶ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାରେ କଳା ସଂସ୍କୃତିର ଅମାପ ଶକ୍ତି ବିଷୟରେ ଅବତାରଣା କରିବା ସହ କ୍ରୁତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ପଣ୍ଡିତ ପ୍ରତାପ ପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଧୁସୂଦନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମୋହନ ବଂଶୀ ନ୍ରୁତ୍ୟ ନାଟିକା ପରିବେଶିତ ହୋଇଥିଲା। ଏଥିରେ ପ୍ରାଧ୍ୟାପକ ନନ୍ଦକିଶୋର ପରିଡ଼ା, ସଂଗୀତ ଗୁରୁ ରବୀନ୍ଦ୍ର ନାଥ ମିଶ୍ର, ଆଦିକନ୍ଦ ରାଉଳ, ଆକାଶ ନାୟକ, ଅରବିନ୍ଦ ମିଶ୍ର, ରାମକୃଷ୍ଣ ଦାଶ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ରବୀନ୍ଦ୍ର ପାତ୍ର, ପ୍ରଦୀପ ପରିଡା, ଦୀପକ ସାହୁ ପ୍ରମୁଖ ପରିଚାଳନା କରିଥିଲେ।