ବିଭିନ୍ନ ସ୍ଥାନରେ ରଥ ଟଣା କାର୍ଯ୍ୟ ସମ୍ପନ୍ନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବକ୍ଲର ଅନ୍ୟତମ ପ୍ରସିଦ୍ଧ ଆଗରପଡାର ରଥଟଣା କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି। ସକାଳେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତିନି ଦିଅଙ୍କ ମଙ୍ଗଳ ଆଳତୀ, ମଇଲମ, ଅବକାଶ ନୀତି, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ବେଶପୂଜା, ମଙ୍ଗଳାର୍ପଣ ପରେ ଛେରାପହଁରା କାର୍ଯ୍ୟ କରାଯାଇ ତିନି ଦିଅଙ୍କୁ ରଥା ରୂଢ କରାଯାଇଥିଲା। ଠାକୁର ରାଜା ସୁପ୍ରୀମ କୋର୍ଟ ଆଇନଜିବୀ ଜଗତ ମୋହନ ସିଂହ ଛେରା ପହଁରା କାର୍ଯ୍ୟ କରିଥିଲେ। ଅପରାହ୍ନ ୫ ଘଟିକାରେ ହଜାର ହଜାର ଭକ୍ତଙ୍କ ଗହଣରେ ବିଟିପୁରସ୍ଥିତ ଜଗନ୍ନାଥ ମନ୍ଦିରରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା କଲେଜଛକସ୍ଥିତ ମାଉସୀ ମା ମନ୍ଦିରରେ ରଥ ପହଞ୍ôଚଥିଲା । ମୁଖ୍ୟ ପୂଜକ ସଂଗ୍ରାମ ସାମନ୍ତରାୟ, ରଶ୍ମୀରଞ୍ଜନ ପଣ୍ଡା, ସୁଧିର କୁମାର ରଥ, ନିରାକାର ପାଣିଗ୍ରାହୀ, ରଞ୍ଜୁ ପାଣିଗ୍ରାହୀ ପ୍ରମୁଖଙ୍କ ଦ୍ୱାରା ଠାକୁରଙ୍କ ନିତିକାନ୍ତି ସମ୍ପର୍ଣ୍ଣ କରା ଯାଇଥିଲା। ହୃଦୟ ରଞ୍ଜନ ସିହ୍ନା, ନିତ୍ୟାନନ୍ଦ ବଳ ପ୍ରମୁଖ କାର୍ଯ୍ୟକୁ ପରିଚାଳନା କରିଥିଲେ । ଆଗରପଡା ଥାନାଧିକାରୀ ଦେବରାଜ ଜେନାଙ୍କ ନେତୃତ୍ୱରେ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ସେହିପରି କପାଳୀକ୍ଷେତ୍ର ନିମାପଡା, ବନ୍ତ ପୁରୁଣା ବଜାର, ନିଳୋକ, ରାମପୁର, ଜାମୁଝାଡି, ଆମ୍ପୋର, ରାମକୃଷ୍ଣପୁର, ଦଣ୍ଡୋ, କେନ୍ଦୁଆପଦା, ମହିଷଗୋଠ, ହରିପୁର-ପଣ୍ଡାସାହି, ଅଣିଜୋ, ମାର୍କଣ୍ଡପୁର ଆଦି ସ୍ଥାନରେ ରଥଟଣା କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି । ଅନୁରୂପ ଭାବେ ବଡମହିଷଗୋଠ ପଞ୍ଚାୟତ ହରିପୁର ପଣ୍ଡାସାହିରେ ରଥ ଟଣା କାର୍ଯ୍ୟ ସମାପନ ହୋଇଛି । ରଥର ପୂଜକ ଭାବେ ନରେନ୍ଦ୍ର ପଣ୍ଡା, ଚିତ୍ରଶିଳ୍ପୀ ସଞ୍ଜୀବ ଶତପଥି ଦାୟିତ୍ୱ ତୁଲାଇ ଥିବା ବେଳେ ବନମାଳୀ ପଣ୍ଡା ଛେରା ପହରା କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ । କାର୍ଯ୍ୟକ୍ରମରେ ହରିପୁର, ନରାଜପୁର, ଘଣ୍ଟଗଢିଆ ଆଦି ଗ୍ରାମର ଶତାଧିକ ଭକ୍ତ ଯୋଗ ଦେଇଥିଲେ । ବନ୍ତ ଥାନା ଓ କେନ୍ଦୁଆପଦା ଫାଣ୍ଡି ଅଧିକାରୀଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ