ପ୍ରଭୂ ଦଧିବାବନଜୀଉଙ୍କ ଘୋଷଯାତ୍ରା
ହାଟଡ଼ିହି, (ଓ୍ବାଇଏନଏସ) : ହାଟଡିହି ବ୍ଲକ ବଞ୍ଚୋରେ ପ୍ରଭୂ ଦଧିବାବନଜୀଉଙ୍କ ପବିତ୍ର ରଥାଯାତ୍ରା ଆଜି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗତକାଲି ବଞ୍ଚୋ ଦଧିବାବନଜୀଉ ମନ୍ଦିରରେ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଥିବାବେଳେ ଆଜି ସକାଳୁ ପଣ୍ତିତ ରଧାଗୋବିନ୍ଦ ଦାଶ, ଆନନ୍ଦ ଚନ୍ଦ୍ର ଦାଶ, ସନାତନ ପଣ୍ଡା , ବୀରବର ପାଢ଼ୀ, ବାବୁ ପାଢ଼ୀ, ନିତ୍ୟାନନ୍ଦ ପାଢ଼ୀ, ନନ୍ଦ କିଶୋର ଦାଶ, ଜଗନ୍ନାଥ୍ ଦାଶଙ୍କ ଦ୍ୱାରା ପହିଲିଧୂପ, ମଙ୍ଗଳ ଆଳତୀ, ପହିଲି ଭୋଗ ସହିତ ସମସ୍ତ ରୀତିନୀତି ମତେ ପ୍ରଭୁଙ୍କର ପୂଜାକାର୍ଯ୍ୟ ସମ୍ପାଦନ କରାଯାଇଥିଲା । ପରେ ଆଜ୍ଞାମାଳ ଅଣାଯାଇ ରଥ ପ୍ରତିଷ୍ଠା କରାଯିବା ପରେ ପ୍ରଥମେ ବଳଭଦ୍ର, ପରେ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଥିଲା । ଅପରାହ୍ନ ୪ଟାରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା ଛେରାପହଁରା କରିଥିବାବେଳେ , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରସାନ୍ତ ବେହେରା, ବିଡ଼ିଓ ରଞ୍ଜନ କୁମାର ପରିଡ଼ା ଅତିଥି ଭାବେ ଯୋଗଦେଇଥିଲେ । ୪ଟା ୩୦ମିନିଟ ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଆନନ୍ଦ ଉହ୍ଲାସ ସହକାରେ ରଥକୁ ଟାଣି ଟାଣି ମାଉସୀ ମା ମନ୍ଦିର ନିକଟକୁ ନେଇଥିଲେ । ଡ.ଅଶୋକ ପୁହାଣ, ରତିକାନ୍ତ ରାଉତ, ସୁଧାଶୁଂ ରାଉତ, ଜ୍ଞାନ ରଞନ ସାମନ୍ତ ସିଂହାର, ପ୍ରଶାନ୍ତ ରାଉତ, ସନାତନ ଓଝା, ଶଶାଙ୍କ ଶେଖର ପୁହାଣ, ପ୍ରସାନ୍ତ ପଟ୍ଟନାୟକ, ଛବିନ୍ଦ୍ର ନାୟକ, ରାଧାଗୋବିନ୍ଦ ଦାଶ, କିର୍ତ୍ତନ ବିହାରି ନାୟକ, ଅନାମ ଚରଣ ବରାଳ, ପ୍ରାଣ ବଲ୍ଲ୍ଳବ ପାଢ଼ୀ, ବିମଳ କିଶୋର ଜେନା, ଗିରିଧାରି ପଟ୍ଟନାୟକ, ବିକ୍ରମ ଦେବ ରାଉତ ରାୟ, ଚିନ୍ତାମଣୀ ରାଉତ, ସୁଧାକର ଓଝା, ମୁକେଶ ରାଉତ, ସତ୍ୟାନନ୍ଦ ବରାଳ, ହିମାଦ୍ରୀ ରାଉତ, ଯୁଦ୍ଧିଷ୍ଠିର ରାଉତ, ଅନାଦି ଚରଣ ବରାଳ, ବ୍ରଜବନ୍ଧୁ ଜେନା, ଙ୍କ ସମେତ ସମସ୍ତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ରଥଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ନନ୍ଦିପଦା ଥାନା ଆଇଆଇସି ରବୀନ୍ଦ୍ର କୁମାର ପାତ୍ରଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ମୃତୟନ କରଯାଇଥିଲା। ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବିଦ୍ୟୁତ୍ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା ।