ମୌଦା ଗାଁରେ ଡାଇରିଆ ରୋଗୀ ସଂଖ୍ୟା ବୃଦ୍ଧି

ହାଟଡିହି (ପାର୍ଥ ସୌରଭ ସା) : ବ୍ଲକ ସଢା ପଞ୍ଚାୟତ ମୌଦା ଗ୍ରାମରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅସ୍ବାସ୍ଥ୍ୟକର ପରିବେଶ ପାଇଁ ଏହି ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ଜଣା ଯାଇଛି। ସଚ୍ଚା ପଞ୍ଚାୟତ ମୌଦା ହରିଜନ ସାହିର ୫୦ରୁ ଉର୍ଦ୍ଧ୍ବ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇ ବନ୍ତ ବ୍ଲକର ଅଢାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଭଦ୍ରକ ମୁଖ୍ୟ ଚିକିତ୍ସାଳୟ, ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଦିରେ ଚିକିତ୍ସିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୌଦା ଗ୍ରାମର ବିଶିଷ୍ଟ ସମାଜସେବୀ  ସୁବୋଧ କୁମାର ସାହୁ ନିଜସ୍ବ ଉଦ୍ୟମରେ ଡାଇରିଆ ପ୍ରବଣ ଗ୍ରାମରେ କ୍ଲିଟିଂ ପାଉଡର ପକାଇ  ବିଶୋଧନ କରିଥିବା ଦେଖାଯାଇଛି ।  ଶ୍ରୀ ସାହୁ ଗତକାଲି ମଙ୍ଗଳା ମନ୍ଦିର ପରିସର, ଘଡେଇ ସାହିରେ  ବ୍ଲଟିଂ ପକାଇ ବିଶୋଧନ କରିଥିବାବେଳେ ଆଜି କାଣ୍ଡଗଡ଼ିଆ ସାହିର ରାସ୍ତା, ପୋଖରୀ ଚତୁଃପାର୍ଶ୍ବ ଓ ବିଭିନ୍ନ ସ୍ଥାନରେ ବିଶୋଧନ କରିଛନ୍ତି। ଏହି କାର୍ଯ୍ୟରେ ଯୁବ ସମାଜସେବୀ ଦେବେନ୍ଦ୍ର କୁମାର ଦାସ, ନାରାୟଣ ଚନ୍ଦ୍ର ଜେନା, ମଣି ଚରଣ ଜେନା, ଗୌରାଙ୍ଗ ପଳତା ପ୍ରମୁଖ ସହଯୋଗ କରିଥିଲେ । ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା ବେଳେ ଜିଲ୍ଳା ଓ ବ୍ଲକ ପ୍ରଶାସନ ପକ୍ଷରୁ ଡାଇରିଆ ନିରାକରଣ କରିବାର ସୁବ୍ୟବସ୍ଥା କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ