ମାରିଦେବାକୁ ଧମକ: ଥାନାରେ ଏତଲା

ହାଟଡିହି (ପାର୍ଥ ସୌରଭ ସା) ହାଟଡିହି ବ୍ଲକ ଧରମପୁର ଗାଁରେ ରାସ୍ତା ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ଗତ ୨୭ତାରିଖ ରାତିରେ କିଛି ଗ୍ରାମବାସୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରଜାଳି ଦେବା ଓ ଜୀବନରୁ ମାରିଦେବାକୁ  ଧମକ ଦେବାରୁ ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।  ଅଭିଯୋଗକାରୀ ମଞ୍ଜୁଲତା ବେହେରାଙ୍କ ଅଭିଯୋଗ ଅନୁଯାୟୀ ସୋସୋ ଥାନା ଧରମପୂର ଗ୍ରାମରେ ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ସହ ତାଙ୍କ ପରିବାରର ବିବାଦ ହୋଇଥିଲା। ତାଙ୍କ ନିଜସ୍ଵ ପଟ୍ଟା ଭୂକ୍ତ ଜମିରେ ରାସ୍ତା ନିର୍ମାଣକୁ ତାଙ୍କ ପରିବାର ଲୋକେ ବିରୋଧ କରିଥିଲେ। ପରେ ଯଦିଓ ବିଭାଗ ପକ୍ଷରୁ ଜମି ମାପ ଚୁପ୍ ହୋଇଛି। କିନ୍ତୁ ଗତ ୨୭ତାରିଖ ରାତିରେ ମଞ୍ଜୁଲତା ବେହେରା ଓ ତାଙ୍କ ପରିବାର ଲୋକ ଖାଇ ସାରି ଶୋଇବା ପରେ ଗ୍ରାମର କିଛି ବ୍ୟକ୍ତି ତାଙ୍କ ଘର ନିକଟକୁ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ କବାଟକୁ ଧକ୍କା ମାରିବା ସହିତ ଜୀବନରୁ କରିଦେବାକୁ ଧମକ ଦେଇଥିଲେ l ଅଧା ରାତି ଯାଏ  ଘର ବାହାରେ ରହି ପେଟ୍ରୋଲ ଢାଳି ଘର ଜାଳିବା ଓ ଜୀବନରୁ ମାରିଦେବାକୁ ଧମକ ଦେବାରୁ  ମଞ୍ଜୁଲତା ଓ ତାଙ୍କ ସ୍ଵାମୀ ନରହରିଙ୍କ ସମେତ ପରିବାର ଲୋକେ ଭୟଭୀତ ହୋଇ ଘର ଭିତରେ ଲୁଚି ରହିଲେ। ସେମାନେ ଗଲା ପରେ ମଞ୍ଜୁଲତା ଙ୍କ ପରିବାର ଲୋକେ ନିକଟସ୍ଥ ମୋଟରାଗାଡିଆ ଗ୍ରାମରେ ଯାଇ ଆଶ୍ରୟ ନେଇଛନ୍ତି l ଏନେଇ ମଞ୍ଜୁଲତା ସୋସୋ ଥାନା7ରେ ଲିଖିତ ଅଭିଯୋଗ କରିଛନ୍ତି l ଏ ସମ୍ପର୍କରେ ସୋସୋ ଥାନା ଆଇଆଇସିଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଛୋଟ କାଟିଆ ପାଟିତୁଣ୍ଡକୁ ନେଇ ଅଭିଯୋଗ ହୋଇଛି। ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ