୫୨ରେ ନିକ୍କେଇ ସୂଚକାଂକ
ନୂଆଦିଲ୍ଲୀ, (ଏଜେନ୍ସି): ନୂଆ ଅର୍ଡ଼ର ତଥା ରୋଜଗାର ସୃଷ୍ଟିରେ ହ୍ରାସ୍ ଯୋଗୁଁ ମାର୍ଚ୍ଚରେ ଦେଶର ସେବା କ୍ଷେତ୍ରର ବେଗରେ ହ୍ରାସ୍ ଘଟିଛି । ଏଥିସହ ଏହାର ନିକ୍କେଇ ସୂଚକାଂକରେ ହ୍ରାସ୍ ଘଟି ୫୨ହୋଇଛି । ନିକ୍କେଇ ଦ୍ୱାରା ଗୁରୁବାର ଜାରି ଭାରତୀୟ ସେବା କାରବାର ଗତିବିଧି ସୂଚକାଂକ ରିପୋର୍ଟରେ କୁହାଯାଇଛି ଯେ ସେବା କମ୍ପାନୀଗୁଡ଼ିକୁ ମିଳୁଥିବା ନୂଆ ଅର୍ଡ଼ର ଅଭିବୃଦ୍ଧି ହାର ଫେବ୍ରୁଆରୀ ତୁଳନାରେ ମାର୍ଚ୍ଚାରେ ହ୍ରାସ୍ ଘଟିଛି । ତେବେ ଏହି କମ୍ପାନୀଗୁଡ଼ିକର ବିକ୍ରିରେ ନିଶ୍ଚିତ ଭାବେ ବୃଦ୍ଧି ଘଟିଛି, ହେଲେ ଅଭିବୃଦ୍ଧିର ବେଗ ଗତ ବର୍ଷ ସେପ୍ଟେମ୍ବର ପରେ ସବୁଠାରୁ କମ୍ ରହିଛି । ଏହି କ୍ଷେତ୍ରରେ ରୋଜଗାର ସୃଷ୍ଟି ମଧ୍ୟ ୬ମାସର ନିମ୍ନତମସ୍ତରରେ ରହିଛି । ଯଦ୍ୱାରା ସେବା କ୍ଷେତ୍ରର ସୂଚକାଂକ ଫେବ୍ରୁଆରୀର ୫୨.୫ରୁ ହ୍ରାସ୍ ପାଇ ୫୨କୁ ଆସିଯାଇଛି । ଯାହାକି ୬ମାସର ସବୁଠାରୁ ନିମ୍ନ ତମ ସ୍ତର । ସୂଚକାଂକର ୫୦ରେ ରହିବା ସ୍ଥିରତା ଦର୍ଶାଇଥାଏ । ଏହା ପୂର୍ବରୁ ତଥା ଏପ୍ରିଲ୍ ୨ରେ ଜାରି ରିପୋର୍ଟ ଅନୁସାରେ ମାର୍ଚ୍ଚରେ ବିନିର୍ମାଣ କ୍ଷେତ୍ରର ସୂଚକାଂକ ଫେବ୍ରୁଆରୀର ୫୪.୩ରୁ ହ୍ରାସ୍ ପାଇ ୫୨.୬ ରହିଥିଲା । ସେବା ତଥା ବିନିର୍ମାଣ କ୍ଷେତ୍ରର ସଂଯୁକ୍ତ ଫେବ୍ରୁଆରୀର ୫୩.୮ରୁ ହ୍ରାସ୍ ପାଇ ମାର୍ଚ୍ଚରେ ୫୨.୭ ରହିଛି । ଯାହାକି ୬ମାସର ନିମ୍ନତମ ସ୍ତର ।


