ଆସିକା ଏନ୍‍ଏସି କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଆସିକା (ୱାଇଏନ୍‍ଏସ୍‍) :ଆସିକା ଏନ୍‍ଏସିରେ କାର୍ଯ୍ୟରତ ଥିବା କର୍ମଚାରୀ ସୁମନ୍ତ କୁମାର ସେନାପତି ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଏନ୍‍ଏସି କାର୍ଯ୍ୟାଳୟ ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ୍‍ କୁମାର ମହାପାତ୍ର ଯୋଗଦେଇ ଆସିକା ଏନ୍‍ଏସିର ଘର ଟିକସ ଆଦାୟ ଠାରୁ ଆରମ୍ଭ କରି ପଲିଥିନ୍‍ ଧରପଗଡ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ, ରାସନ୍‍ କାର୍ଡ ହିତାଧିକାରୀଙ୍କ ବିଭିନ୍ନ କାଗଜପତ୍ର ଯାଞ୍ଚ, ଭତ୍ତା ପ୍ରଦାନ ସମେତ ଏହି ପୁରାତନ ସରକାରୀ କାର୍ଯ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ଦିଗରେ ଅବସରପ୍ରାପ୍ତ କର୍ମଚାରୀ ସୁମନ୍ତ କୁମାର ସେନାପତିଙ୍କ ବହୁମୁଖୀ ନିଃସ୍ୱାର୍ଥପର ଅବଦାନ ଉପରେ ସ୍ମୃତି ଚାରଣ କରିବା ସହ ଦୀର୍ଘ ଅବସର ପରବର୍ତ୍ତୀ ଜୀବନ ନିରାମୟ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ନିରଞ୍ଜନ ଜେନା, ମଦନ ମୋହନ ନାୟକ, ଏନ୍‍ଏସି କର୍ମଚାରୀ ହରଜିତ୍‍ ସାଠୁଆ, ମାନସୀ ରାଣୀ ସାହୁ, ଅଜିତ୍‍ କୁମାର ପଟ୍ଟନାୟକ, ଜଗନ୍ନାଥ ବାଡତ୍ୟା, ରାଜେନ୍ଦ୍ର କୁମାର ମିଶ୍ର, ଭଗବାନ ସାହୁ, ସୁଚିସ୍ମିତା ତ୍ରିପାଠୀ, ଜୟରାମ ଦୋରା, ଜଗନ୍ନାଥ ବେହେରାଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ବେଳେ ଅବସରପ୍ରାପ୍ତ କର୍ମଚାରୀ ସୁମନ୍ତ କୁମାର ସେନାପତିିଙ୍କୁ ଉପହାର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ