ବିନା ସୂଚନା ଫଳକ ଚାଲିଛି ବର୍ଷା ଜଳ ସଂରକ୍ଷଣ କାର୍ଯ୍ୟ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) ସଂପ୍ରତି ସରକାର ବର୍ଷା ଦିନରେ ବୋହି ଯାଉଥିବା ବର୍ଷା ପାଣିକୁ କିଛି ଦିନ ସଂରକ୍ଷଣ ରଖିବା ଏବଂ ଗଚ୍ଛିତ ପାଣି ଭୂପୃଷ୍ଠକୁ ଯାଇ ଭୂପୃଷ୍ଠର ଜଳ ସ୍ତରକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ସ୍ଥାନରେ ରହିଥିବା ଜଙ୍ଗଲ ରେ ବର୍ଷା ଜଳ ସଂରକ୍ଷଣ କାର୍ଯ୍ୟ ଚାଲୁ ରହିଛି। କିନ୍ତୁ ଏହି କାମରେ ସରକାର ଙ୍କ ସବୁ ନୀତି ନିୟମକୁ ଖୋଲା ଖୋଲି ଉଲଘଂନ କରା ଯାଉଥିବା ଦେଖିବାକୁ ମିଳିଛି। ଚମ୍ପୁଆ ସମ୍ବନୀତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରତ୍ୟେକ ତ୍ବତ୍ତା ବଧାନରେ ଝୁମ୍ପୁରା ବ୍ଲକ ର ବଡଡୁମୁରିଆ ପଞ୍ଚାୟତ ର ଗୋବିନ୍ଦପୁର ଶାଳ ଜଙ୍ଗଲ ଭିତରେ ବର୍ଷା ଜଳ ସଂରକ୍ଷଣ ନିମନ୍ତେ ଟ୍ରଞ୍ଚ ଗାତ ଖୋଳା ଚାଲିଛି। କିନ୍ତୁ ଏହି କାମରେ ସରକାର ଙ୍କ ସମସ୍ତ ନୀତି ନିୟମକୁ ଖୋଲା ଖୋଲି ଉଲଘଂନ କରି କାମ ଚାଲିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ନିରବ ଦ୍ରଷ୍ଟା ସାଜିବା ପଛରେ କି ରହସ୍ୟ ରହିଛି ବୋଲି ଏବେ ଜନସାଧାରଣ ରେ ଆଲୋଚନା ହେଉଛି। ସରକାର ଙ୍କ ନିୟମ ରହିଛି ଯେ ସରକାରୀ ଅନୁଦାନ ରେ ଯେ କୈାଣସି କାର୍ଯ୍ୟ ଆରମ୍ଭ ହେବା ଆଗରୁ ସର୍ବସାଧାରଣ ଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରିବା ବାଧ୍ୟତାମୂଳକ। କିନ୍ତୁ ଚମ୍ପୁଆ ସମ୍ବନୀତ ଆଦିବାସୀ ଉନ୍ନୟନ ସଂସ୍ଥା ସରକାର ଙ୍କ ନିୟମକୁ ପାଳନ କରିବା ରେ କାହିଁକି କୁଷ୍ଠାବୋଧ କରୁଛି ଏହା ପଛରେ କି ରହସ୍ୟ ରହିଛି ବୋଲି ଏବେ ଜନସାଧାରଣ ରେ ଆଲୋଚନା ହେଉଛି। କାମ ହେବା ପୂର୍ବରୁ କାର୍ଯ୍ୟ ସ୍ଥଳରେ ସର୍ବସାଧାରଣ ଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରିବା ସହିତ ସେଠାରେ ସଂପୂର୍ଣ୍ଣ ତଥ୍ୟ ଲିପିବଦ୍ଧ କରିବା କଥା କିନ୍ତୁ ସମ୍ବନିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟ ସମ୍ପର୍କରେ ସର୍ବସାଧାରଣ କୁ ଅବଗତ ନକରି ଅଳ୍ପ କାମ କରି ଅଧିକ ବିଲ ଉଠାଇବା ପାଇଁ ମସୁଧା ଚଳାଇ ଥିବାରୁ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ନିର୍ମାଣ କରୁ ନାହାନ୍ତି। କାମ ଚାଲିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟ ସ୍ଥଳକୁ ଆସି କାମ ତଦାରଖ ନକରି ଫୋନ ମାଧ୍ୟମରେ କାର୍ଯ୍ୟ ତଦାରଖ କରୁଛନ୍ତି ଯାହା ଫଳରେ କାର୍ଯ୍ୟ ର ସ୍ବଚ୍ଛତା କେତେ ରହିଛି ଏହିଠାରୁ ସହଜରେ ଅନୁମେୟ ହେଉଛି।ଆଇ ଟି ଡି ଏ  କନିଷ୍ଠ ଯନ୍ତ୍ରୀ ନରେଶ ପରିଡ଼ା ଙ୍କ ସହିତ ଯୋଗାଯୋଗ କରିବାରୁ ସେ କହନ୍ତି ମନରେଗା କାମ ତ୍ରିପାଠୀ  ବୁଝାବୁଝି କରନ୍ତି । ସମ୍ବନୀତ ଆଦିବାସୀ ଉନ୍ନୟନ ସଂସ୍ଥା ର ମନରେଗା କାର୍ଯ୍ୟ ଗୁଡ଼ିକୁ ତଦାରଖ କରୁଥିବା ସଂଯୋଜକ ବିରଜା ତ୍ରୀପାଠୀ ଙ୍କୁ କାର୍ଯ୍ୟ ସ୍ଥରରେ ସୂଚନା ଫଳକ କାହିଁକି ନିର୍ମାଣ କରାଯାଉ ନାହିଁ ବୋଲି ଯୋଗାଯୋଗ କରିବାରୁ ସେ କହନ୍ତି ସୂଚନା ଫଳକ ନିର୍ମାଣ କରିବା ପାଇଁ କାମ କରୁଥିବା ବ୍ୟକ୍ତି ଙ୍କୁ ନିର୍ଦେଶ ଦିଆ ଯାଇଛି ବୋଲି ସଫେଇ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ