ଶାଳଣିଆଁ ଡ଼ାକ୍ତରଖାନାରେ ଡାକ୍ତରଙ୍କୁ ଦୁର୍ବ୍ୟବହାର, ଜଣେ ଅଟକ

ହାଟଡିହି (ଓ୍ବାଇଏନଏସ) ଶାଳଣିଆଁ ଡ଼ାକ୍ତରଖାନାରେ ଅସାମାଜିକ ଯୁବକଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଛି। ଆଜି ଜଣେ ଯୁବକ ଡାକ୍ତରଖାନା ପରିସରରେ ଗାଳିଗୁଲଜ କରିବା ସହିତ ଜଣେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ନନ୍ଦିପଦା ପୋଲିସ୍ ବ୍ରାହ୍ମଣୀକଳା ଗ୍ରାମର ଜଣେ ଯୁବକକୁ ଉଠାଇ ନେଇ ଥାନାରେ ଅଟକ ରଖିଥିବା ଜଣା ଯାଇଛି। ଏହି ଡାକ୍ତରଖାନା ଉପରେ ଏ ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରୁଥିବା ବେଳେ ବାରମ୍ବାର ଏପରି ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ଏପରି ଘଟଣା କୁ ନେଇ ଅନେକ ଭଲ ଭଲ ଡାକ୍ତର ଏଠାରୁ ପଳାଇଥିବା ନଜିର ରହିଛି। ଏଣୁ ଏବେ ଡାକ୍ତରଖାନାରେ ସ୍ୱାସ୍ଥ୍ୟବସ୍ଥା ରେ ସୁଧାର ଆସୁଥିବା ବେଳେ ଏପରି ଘଟଣା ଲଗିରହିଲେ ଡ଼ାକ୍ତରଖାନାରେ ପୂର୍ବଅବସ୍ଥା ଆସିବାର ଆଶଂକା ଦେଖା ଦେଇଛି। ଏଣୁ ପୋଲିସ୍ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ