ଶିକ୍ଷକଙ୍କ ବଦଳି ବାତିଲ ଦାବୀ କଲେ ଗ୍ରାମବାସୀ: ବାତିଲ ନହେଲେ ସ୍କୁଲରେ ଝୁଲିବ ତାଲା
ଛତ୍ରପୁର,(ଓ୍ବାଇଏନଏସ) : ସ୍କୁଲ ଶିକ୍ଷକଙ୍କ ବଦଳୀ ବାତିଲ କରିବା ନେଇ ଟାକିରିଆ ବ୍ରହ୍ମପୁର ଗ୍ରାମବାସୀ ବ୍ଲକ ଶିକ୍ଷାଧିକାରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଯଦି ଶିକ୍ଷକଙ୍କ ବଦଳି ବାତିଲ ନହେବେ ତେବେ ସ୍କୁଲରେ ତାଲା ଝୁଲିବ ବୋଲି ଚେତାବନି ଦିଆଯାଇଛି । କଣମଣା ପଚାଂୟତ ଅଧିନ ଟାକିରିଆ ବ୍ରହ୍ମପୁର ସ୍କୁଲର ଜେ.କୁର୍ମା ରାଓଙ୍କୁ ସୁନ୍ଦରପୁର ର ସୁନ୍ଦରେଶ୍ୱର ସ୍କୁଲକୁ ବଦଳି ହୋଇଯାଇଛି । ଜେ.କୁର୍ମା ଜଣେ ଭଲ ଶିକ୍ଷକ ତାଙ୍କ ପାଇଁ ବେସରକାରୀ ସ୍କୁଲର କିଛି ପିଲା ଚଳିତଶିକ୍ଷାବର୍ଷରେ ସେଠାରୁ ବାହାରି ଏହି ସ୍କୁଲରେ ପଢୁଛନ୍ତି । ଏବେ ଏହି ଶିକ୍ଷକଙ୍କ ବଦଳୀ ହୋଇଯାଇଥିବାରୁ ପିଲାଙ୍କ ପାଠ ପଢାରେ ବ୍ୟାଘାତ ହେବ । କିଛି ଅସାଧୁ ବ୍ୟକ୍ତିଙ୍କ ଚାପରେ ଏଠାରୁ ବଦଳୀ ଜାଣିଶୁଣି କରାଯାଇଛି ବୋଲି ଗ୍ରାମବାସୀମାନେ କହିବା ସହ ଏକ ସ୍ମାରକପତ୍ର ବ୍ଲକ ଶିକ୍ଷାଧିକାରୀ ସୁଜିତ କୁମାର ପାଢୀଙ୍କୁ ପ୍ରଦାନ କରିଥିଲେ । ଯଦି ବଦଳି ବାତି ନହେବେ ସ୍କୁଲରେ ତାଲା ଝୁଲିବ ନଚେତ ସ୍କୁଲର ସମସ୍ତ ପିଲାମାନେ ଏଠାରୁ ଟିସି ନେଇଯିବେ ବୋଲି ଚେତାବନି ଦେଇଥିଲେ । ବର୍ତମାନ ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପ୍ରର୍ଯ୍ୟନ୍ତ ରହିଥିବା ବେଳେ ୮୬ ଜଣ ପିଲା ପାଠ ପଢୁଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ଦିଆଯାଇଥିବା ଦାବୀପତ୍ର ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯିବ ବୋଲି ବିଇଓ କହିଥିଲେ । ସୂଚନା ଥାଉକି ଛତ୍ରପୁର ବ୍ଲକର ୪ଜଣକୁ ବଦଳି ହୋଇଛି । ସେଥିମଧ୍ୟରୁ ଜେ.କର୍ମା ରାଓଙ୍କ ନାମ ମଧ୍ୟ ରହିଛି । ଜେ.କୁର୍ମାଙ୍କ ସ୍ଥାନରେ ପୋଲସରାରୁ ସରସ୍ପତି ପଣ୍ଡାଙ୍କୁ ଏହି ସ୍କୁଲକୁ ହୋଇଛି ।