ବିଜେଡ଼ି ନେତାଙ୍କ ଶୋକସଭାରେ ଯୋଗ ଦେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗୁମ୍ମା ବ୍ଲକ ସଦର ମହକୁମାର ଗୌଡ଼ ସାହି ବିଜେଡ଼ିର ବରିଷ୍ଠ ବିଜେଡ଼ି ନେତା କହ୍ନେଶ୍ୱର ଗୌଡ଼ଙ୍କ ହୃତଗାତରେ ଗତ ପବିତ୍ର ରଥଯାତ୍ରା ପହଣ୍ଡି ବିଜେ ସମୟରେ କହ୍ନେଶ୍ୱର ଗୌଡ଼ଙ୍କ ମୃତ୍ୟୁ ଘଟିଥିଲା।ଏନେଇ ବିଧାୟକ ଈ-ରୂପେଶ କୁମାର ପାଣିଗ୍ରାହୀ ଶୋକ ପ୍ରକାଶ କରିବା ସହ ଗୁମ୍ମା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ ଶୋକ ସଭା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏନେଇ ଆଜି ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ,ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ,ଗୁମ୍ମା ବ୍ଲକ ଅଧକ୍ଷା ସୁନେମି ମଣ୍ଡଳ,ବରିଷ୍ଠ ବିଜେଡ଼ି ନେତା ଡି ଆପାରାଓ,ଅଜୟ ବଡନାୟକ,ପିତର ଦୋରା,ବୃଷଭ ସମିତି ସଭ୍ୟ ବୁଲୁ ରଇତ,ଗେରସମ୍ ପାଣି,ମସୁଲନ ରଇତ,ଦେବେନ୍ଦ୍ର ନାୟକ ଓ ବାବୁନା ଜେନା ପ୍ରମୂଖ ସର୍ଗତ କହ୍ନେଶ୍ୱର ଗୌଡ଼ଙ୍କ ପରିବାରଙ୍କୁ ଭେଟିଥିଲେ।ସର୍ଗତ କହ୍ନେଶ୍ୱର ଗୌଡ଼ଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ଧର୍ମପତ୍ନୀ ଓ ତାଙ୍କ ସୁପୁତ୍ରଙ୍କୁ ଆଶ୍ୱାସନା ଦେବା ସହ ବିଧାୟକ ତାଙ୍କ ପରିବାର ସହିତ ପ୍ରତି ସମୟରେ ରହିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଆୟୋଜନ କାର୍ଯ୍ୟକ୍ରମକୁ ପ୍ରିତମ ପାଲ୍,ସନ୍ତୋଷ ଦଣ୍ଡସେନା,ସନ୍ତୋଷ ପରିଚ୍ଛା, ଶୁଭାଶିଷ ଏଡଲା,ପ୍ରଶ୍ରୟ ରଞ୍ଜନ ପାଣି,ଆହଜ ମାଛ,ମାଇକେଲ ଷଡ଼ଙ୍ଗୀ ଓ ନିରୋଜ ଷଡ଼ଙ୍ଗୀ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ