ଏବେବି ବଞ୍ଚିରହିଛି ପୁରାତନ ପରମ୍ପରାର କଙ୍ଗାରୁକୋର୍ଟ: ପ୍ରେମୀ ଯୁଗଳ ହଟହଟ୍ଟା
କଲ୍ୟାଣସିଂହପୁର ୧୧. ୭(ଏଙ୍କେଟେଶ୍ୱର ପାଢ଼ୀ )ଏବେବି ବଞ୍ଚିରହିଛି ପୁରାତନ ପରମ୍ପରା ତାକୁ ନେଇ କଙ୍ଗାରୁକୋର୍ଟ, ଗୋଟିଏ ବଂଶର ହୋଇଥିବାରୁ ମାହାଙ୍ଗା ପଢିଲା ପ୍ରେମ ଯୁଗଳଙ୍କୁ, ବିଲରେ ହଳ କରିବା ପରେ ତାଡ଼ ଖାଇଲେ,ଏବେ ଉଭୟଙ୍କ ଖଜ ଖବର ନାହିଁ। ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଈ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ। ଏହି ଗ୍ରାମର ଯୁବତୀ ଲାକ ସାରକା (୩୩)ଯୁବକ କଡ଼ିଆ ସାରକା (୨୯) ସମ୍ପର୍କରେ ପିଉସୀ ଓ ପୁତୁରା ହେବର। ସଭ୍ୟ ସମାଜରେ ଉକ୍ତ ସମ୍ପର୍କ କୁ ନେଇ ହ୍ରାମରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲେ। ପରେ ଉଭୟଙ୍କ କୂର୍ମକୁ ଗ୍ରାମ ଦେବୀଙ୍କ ପାଖରେ ପୂଜାପାଠ କରାଇବା ପରେ ବଳଦ ସ୍ଥାନରେ ଉଭୟ ପ୍ରେମୀ ଯୁଗଳ ପୁଅ ଓ ଝିଅକୁ କନ୍ଧରେ ଯୁଆଳି ପକେଇ କ୍ଷେତରେ ଚାଷ କରିବାକୁ ବାଧ୍ୟ କରାଯାଉଛି, ଉଭୟଙ୍କ ଅନୀଛା ସତେ ଧମକଚମକ ଦେଈ ହଳ କରାଉଛନ୍ତି ଗାଁ ଲେକେ। ଗ୍ରାମବାସୀ କହିବା ଅନୁଯାଇ ଗତ କିଛି ଦିନ ପୂର୍ବେ ପ୍ରମକାରୀ କୁଆଡେ ଚାଲିଯାଇଥିଲେ। ପରେ ଗ୍ରାମକୁ ଆସିବା ପରେ ଗ୍ରାମର ଧରଣୀରେ ଛେଳି ପୂଜକରି ଆମ୍ବ ପାଣି ଉଭୟଙ୍କୁ ଗାଧେଇ ଥିଲେ। ନିଜର ଭୁଲପାଇଁ ଗ୍ରାମର ବଦନାମକୁ ରଖା କରିବା ସହ ପୂର୍ବ ପରମ୍ପରା ଅନୁଯାଇ ହଳ ଲଙ୍ଗଲ ଲଗରାଇ ଧରଣୀ ଠାରେ ଚାଷ କରିଥିଲେ। ପରେ ଗ୍ରାମବାସୀ କିଛି ଟଙ୍କା ଆଦାୟକରି ଉଭୟଙ୍କୁ ଧରାଇ ଗ୍ରାମରୁ ଚାଲିଯିବା ପାଇଁ କହି ଥିବାରୁ କୁଆଡେ ଚାଲି ଯାଇଛନ୍ତି।ଆଦିବାସୀଙ୍କ ପରମ୍ପରା ଗାଁ କୁଟୁମ୍ବ ଙ୍କ ନିଷ୍ପତି ଅନୁସାରେ ଉଭୟଙ୍କୁ ଦଣ୍ଡ ଦିଆଯାଇ ଗାଁରୁ ତଡି ଦିଆଯାଇଛି। ଏମାନଙ୍କ ଭୁଲ ଥିଲା ଉଭୟ ଗୋଟିଏ ପରିବାର ଓ ବଂଶର ସମ୍ପର୍କରେ ଆତା (ପିଉସୀ ମା ) ପୁତୁରା ଅଟନ୍ତି, ଆଦିବାସୀ ପରମ୍ପରା ଅନୁଯାୟୀ ଗୋଟିଏ ବଂଶର ହୋଇଥିଲେ ବିବାହ ବନ୍ଧନରେ ଆବଦ ହୋଇପାରିବେ ନାହିଁ କାରଣ ସେମାନେ ଭାଇ ଭଊଣି କିମ୍ବା ଆତା (ପିଉସୀ ନାନୀ) ଭଣଜା ହୋଇ ଥାନ୍ତି ଯାହାକି ଗୋଟିଏ ରକ୍ତର ସମ୍ପର୍କ ତେଣୁ ବିବାହ ହୋଇ ପାରିବ ନାହିଁ। କଞ୍ଜାମାଯୋଡ଼ି ଗାଁର ଲାକ ସାରକା ଓ କୋଡ଼ିଆ ସାରକା ଙ୍କ ପ୍ରେମ ସମ୍ପର୍କ ରହିଥିଲା ଦିନେ ଉଭୟଙ୍କୁ ଏକତ୍ରିତ ଥିବା ଗାଁ ଲେକେ ଦେଖି ଥିଲେ। ଏହାକୁ ନେଇ ଗାଁ କୁଟୁମ୍ବ ବୈଠକ ବସି ଉଭୟଙ୍କୁ ଏହି ଦଣ୍ଡ ଶୁଣାଇଥିଲେ ଯାହା ତାଙ୍କ ପରମ୍ପରା ରହିଛି। କେବଳ ଏତିକିରେ ସୀମିତ ନଥିଲା ଉଭୟଙ୍କୁ ଗାଁ ଛାଡ଼ିବାକୁ ପଡ଼ିଲା ବର୍ତ୍ତମାନ୍ ପ୍ରେମିଯୁଗଲ କେଉଁଠାରେ ଅଛନ୍ତି କାହାରିକୁ ଜଣା ନାହିଁ। ଏହି ଘଟଣା ଜାଣିବା ପରେ ଥାନା ଅଧିକାରୀ ନୀଳକଣ୍ଠ ବେହେରା ଉକ୍ତ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।