ନିୟମଗିରି ଅଞ୍ଚଳରେ ଗ୍ରାମ୍ୟ କମିଟି ଗଠନ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ) ନିୟମଗିରିକୁ ନେଇ ରାୟଗଡା ଓ କଳାହାଣ୍ଡି ଜିଲ୍ଲା ଚର୍ଚ୍ଚିତ। ପୁଣି ନିୟମଗିରିକୁ ସୁରକ୍ଷା ଦେବା ପାଇଁ ତୃଣମୂଳ ସ୍ତରରୁ କାର୍ଯ୍ୟକ୍ରମ ଆରମ୍ଭ କରିଛି ନିୟମଗିରି ସୁରକ୍ଷା ସମିତି। ଆଜି ପାର୍ସଲୀ ପଞ୍ଚାୟତର ସମସ୍ତ ୩୨ ଖଣ୍ଡ ଗ୍ରାମର ଯୁବ କମିଟି ଗଠନ କରିବା ପାଇଁ ପାର୍ସଲୀ ହାଟ ପଦା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ଶିକକାଙ୍କ ସଭାପତିତ୍ୱ କରିଥିଲେ। ପଞ୍ଚାତର ସମସ୍ତ ୩୨ଗ୍ରାମର ଶତାଧିକ ଯୁବକମାନେ ଏକତ୍ରିତ ହୋଇଥିଲେ। ଗତ ଜାନୁଆରି ମାସରେ ଲାଞ୍ଜିଗଡ ଠାରେ ବେଦାନ୍ତକୁ ପୁଣି ଗ୍ରାମସଭା କରି ନିୟମଗିରି ଖଣି ପ୍ରଦାନ କରିବା ପାଇଁ ଏକ ରାଲି ବାହାରି ରାଜ୍ୟ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଦିନଠାରୁ ନିୟମଗିରି ସୁରକ୍ଷା ସମିତି ଓ ଡଙ୍ଗରିଆ ମାନେ ଏକତ୍ରିତ ହୋଇ ବିଭିନ୍ନ ସ୍ଥାନରେ ଓ ଗ୍ରାମରେ ବୈଠକ ମାନ କରି ଆନ୍ଦୋଳନ କାରୀଙ୍କୁ ଉତ୍ସାହିତ କରିବା ପାଇଁ ଗ୍ରାମର ଯୁବକ ମାନଙ୍କୁ ରକତ୍ରିତ କରି ଆସୁଥିଲେ। ପ୍ରତି ଗ୍ରାମରେ ଦୁଇଜଣ ଲେଖାଏଁ ଯୁବକଙ୍କୁ ନେଇ ଆଜି ନିୟମଗିରି ସୁରକ୍ଷା ବୈଠକ ହୋଇଥିଲା। ସରକାର ବେଦାନ୍ତକୁ ନିୟମଗିରି ଖଣି ଆବଣ୍ଟନ କରିବା ସ୍ୱପ୍ନ ଦେଖିବା ଭୁଲିଯାଉ ବୋଲି ଯୁବ ନେତାମାନେ ପ୍ରକାଶ କରିଛନ୍ତି। ବେଦାନ୍ତ ହେଲେ ଡଙ୍ଗରିଆ ଅଂଚଳ ବିକାଶ ହେବ ବୋଲି ସରକାର ଓ କମ୍ପାନୀ କହୁଛନ୍ତି। କଣ କରିଛନ୍ତି !ଡ଼ଙ୍ଗରିଆ ଯୁବକ ଯୁବତୀ ଦାଦନ ଖଟିଯାଇ ନିର୍ଯ୍ୟାତନା ରେ ଶିକର ହେଉଛନ୍ତି। ପ୍ରଥମେ ସରକାରଙ୍କ ମନରେଗା ଯୋଜନା ଠିକ ରୂପେ କାର୍ଯ୍ୟ କରନ୍ତୁ କୁସଳି ଓ ଅଣ କୁସଳି ଶ୍ରମିକଙ୍କୁ ପ୍ରାଥମିକତା ଡରି ପଥୁରିଆ ମାଟିର ମୂଲ୍ୟ ୪୫୦ ଟଙ୍କା ହିସାବରେ ସମାନ କାମକୁ ସମାନ ଟଙ୍କା ପ୍ରଦାନ କଲେ କାହଁକି ଦାଦନ ଯିବେ ଆମ ପିଲା ବୋଲି ଲଦ ଶିକକା ପ୍ରକାଶ କରିଛନ୍ତି। ଏହି ଅଞ୍ଚଳରେ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଠିକ ରୂପେ ଚାଲୁ ନଥିବାରୁ ଡ଼ଙ୍ଗରିଆ ମାନେ ସରକାରକୁ ନା ଡିକେଡିଏ କର୍ମଚାରୀଙ୍କୁ ବିଶ୍ୱାସ ନେଇ ପାରୁ ନାହାନ୍ତି ବୋଲି ଯୁବ ଗୋଷ୍ଠୀ ଅଭିଯୋଗ କରିଛନ୍ତି।ପ୍ରତି ଗ୍ରାମରେ ଗଠନ ହୋଇଥିବା କମିଟି ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟ କାରିତା ଉପରେ ଯାଞ୍ଚ କରିବେ ବିକାଶ ମୂଳ କାର୍ଯ୍ୟ ଗ୍ରାମ୍ୟ କମିଟି କରିବ ବୋଲି ପ୍ରକାଶ କରିଥିଲେ। ବେଦାନ୍ତକୁ ନିୟମଗିରି ଦେବା ପାଇଁ ଯେଉଁ ଚକ୍ରାନ୍ତ କରିଥିଲେ ଦଳଲାମାନେ। ସେହି ଦିନଠାରୁ ନିୟମଗିରି ସୁରକ୍ଷା ସମିତିର ସଦସ୍ୟ ମାନେ ସମସ୍ତ ନିୟମଗିରି ପାହାଡ଼ର ପରୀକ୍ରମା କରିଥିଲେ। ସେଥିରେ ନିୟମଗିରି ବେଦାନ୍ତ କୌଣସି ସ୍ଥାନରେ ଖଣ୍ଡିଆ କରିନି ବୋଲି ଲଦ ଶିକକା ବୈଠକ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଦଦୀ ଶିକକା, ବାମ କାଡ୍ରାକା, ଦଶରୁ ପୁଷିକା ଡ୍ରିକା କାଡ୍ରାକା, ଡ୍ରିଂଜୁ ପୁଷିକାଙ୍କ ସହ ବହୁ ଡଙ୍ଗରିଆ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ